ଉଡିଗଲା ବିକାଶର ଚଢେଇ ! ଏଭଳି ଲେଖାଥିବା ୩୫ ଲକ୍ଷ ଟି-ସାର୍ଟ ଅର୍ଡର କଲା କଂଗ୍ରେସ, ବିଜେପି ବିରୋଧରେ ଆଣିଲା ଦୁର୍ନୀତି ଅଭିଯୋଗ ।

40

ଲୋକସଭା ନିର୍ବାଚନ ଓ ଛତିଶଗଡ଼ ସମେତ ଅନ୍ୟ ରାଜ୍ୟମାନଙ୍କରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ମୋଦି ସରକାର ଓ ବିଜେପି ବିରୋଧରେ ଅଭିଯାନକୁ ତୀବ୍ର କରିଦେଇଛି । ବିଜେପି ବିରୋଧରେ ଏବେ କଂଗ୍ରେସ ଅଦ୍ଭୁତ ପ୍ରଚାର ଅଭିଯାନ ଆରମ୍ଭ କରିଛି । ଏଥି ସହିତ ଛତିଶଗଡ଼ରେ ବିରୋଧୀ ପାର୍ଟି ଭାବେ କଂଗ୍ରେସ ଦଳ ବିଜେପି ସରକାରଙ୍କ ବିକାଶ ମଡେଲ ବିରୋଧରେ ଟି-ସାର୍ଟ ବାଣ୍ଟିବା ଆରମ୍ଭ କରି ଦେଇଛି ।

କଂଗ୍ରେସ ପାର୍ଟି ନିଜର କର୍ମକର୍ତ୍ତାଙ୍କୁ ଏକ ଲକ୍ଷ ଟି-ସାର୍ଟ ବାଣ୍ଟିବା ଆରମ୍ଭ କରି ଦେଇଥିବା ବେଳେ ପାଖାପାଖି ୩୫ ଲକ୍ଷ ଟି-ସାର୍ଟ ଅର୍ଡର ଦେଇଛି, ଯେଉଁଥିରେ ଉଡ଼ିଗଲା ବିକାଶର ଚଢ଼େଇ’ ସ୍ଲୋଗାନ ଲେଖାଯାଇଛି । ବିଜେପି ଦ୍ୱାରା ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ହୋଇ ପାରି ନଥିବାରୁ କଂଗ୍ରେସକୁ ଉପହାସ କରିବାକୁ ସୁଯୋଗ ମିଳିଛି । ଛତିଶଗଡ଼ରେ କଂଗ୍ରେସର କର୍ମକର୍ତ୍ତାମାନେ ଏହି ଟି-ସାର୍ଟ ପିନ୍ଧିଥିବାର ଦେଖାଯାଉଛି ।

କଂଗ୍ରେସର ଏହି ଧଳା ଟି-ସାର୍ଟକୁ ହଳଦିଆ ଓ କଳା ରଂଗରେ ଡିଜାଇନ କରାଯାଇଛି, ଯାହାକି ସାଧାରଣ ଲୋକଙ୍କ ଦୃଷ୍ଟିରେ ଆସିବ । ଭିଡ଼ ଥିବା ସ୍ଥାନମାନଙ୍କରେ ତଥା ରାସ୍ତାରେ ଯାଉଥିବା ଲୋକ ମଧ୍ୟ କଂଗ୍ରେସ କର୍ମକର୍ତ୍ତାଙ୍କ ଆଖ-ପାଖରେ ରହୁଥିବା ଲୋକଙ୍କୁ ଦେଖୁଛନ୍ତି । ଟି-ସାର୍ଟରେ ଉଲ୍ଲେଖ ଥିବା ସ୍ଲୋଗାନକୁ ଅତି ଗମ୍ଭୀରତାର ସହିତ ପଢୁଛନ୍ତି । ଚଳିତ ବର୍ଷ ଶେଷ ଆଡ଼କୁ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ହେବ । ରାଜ୍ୟର କ୍ଷମତାସୀନ ବିଜେପି ସରକାର ବିରୋଧରେ କଂଗ୍ରେସ ଦୁର୍ନୀତି ଅଭିଯୋଗ ଆଣିଛି । ଛତିଶଗଡ଼ରେ ବିଜେପି ବିରୋଧରେ ଏହି ଅଭିଯାନ କେତେ ସଫଳ ହେବ, ତାହା ସମୟ କହିବ ବୋଲି ରାଜନୀତି ବିଶେଷଜ୍ଞମାନେ କହୁଛନ୍ତି ।