କଂଗ୍ରେସ ପର ବିଜେଡି ନିଜର ! ବିଜୁ ଜନତା ଦଳରେ ଯୋଗଦେଲେ ସୁଲୋଚନା ଦାସ, ସ୍ୱାଗତ କଲେ ନବୀନ

43

କନକ ବ୍ୟୁରୋ : ବିଜେଡିରେ ଯୋଗଦେଲେ କଂଗ୍ରେସରୁ ଇସ୍ତଫା ଦେଇଥିବା ସୁଲୋଚନା ଦାସ । ଆଜି ନବୀନ ନିବାସରେ ପହଂଚି ବିଜୁ ଜନତା ଦଳରେ ଯୋଗଦେଇଛନ୍ତି ସୁଲୋଚନା । ଆଜି ପ୍ରତାପ ଦେବଙ୍କ ସହ ନବୀନ ନିବାସକୁ ଯାଇ ବିଜେଡିରେ ସାମିଲ ହୋଇଛନ୍ତି ସୁଲୋଚନା ।

ଗତକାଲି କଂଗ୍ରେସ ଛାଡ଼ିଥିଲେ ଦଳୀୟ ମୁଖପାତ୍ର ତଥା ସାଧାରଣ ସଂପାଦକ ସୁଲୋଚନା ଦାସ । ଦଳ ଛାଡିବା ପାଇଁ ସେ ଦଳୀୟ ଗୋଷ୍ଠୀ ବିବାଦକୁ ଦାୟୀ କରିଥିଲେ । ସୁଲୋଚନା ଦାସଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।