ଆଇଫାରେ ‘ଉଚ୍ଚି ହେ ବିଲଡ଼ିଂ’ ଓ ‘ଟନ୍ ଟନା ଟନ୍’ ଗୀତ ରିଲିଜ କରିବେ ବରୁଣ ଧାୱନ୍ !

58

ବଲିଉଡ୍ ଅଭିନେତା ବରୁଣ ଧାୱନ୍ ଏବେ ନିଜର ସିନେମା ‘ଜୁଡ଼ୱା ୨’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ସେ ଏହିଥର ଇଣ୍ଡିଆନ ଇଣ୍ଟରନ୍ୟାସନାଲ ଫିଲ୍ମ ( ଆଇଫା)ରେ ନିଜର ପିତା ଡେଭିଡ଼ ଧାୱନଙ୍କ ସିନେମାର ଗୀତରେ ଡ୍ୟାନ୍ସ କରିବେ । ବରୁଣ କହିଛନ୍ତି ସେ ତାଙ୍କର ଆଗାମୀ ସିନେମାର ଗୀତ ‘ଉଚ୍ଚି ହେ ବିଲଡ଼ିଂ’‘ଟନ୍ ଟନା ଟନ୍’ ଗୀତରେ ଡ଼୍ୟାନ୍ସ କରିବେ । ଏହି ଗୀତ ଗୁଡିବ ୧୯୯୭ରେ ଆସିଥିବା ସିନେମାର ‘ଜୁଡ଼ୱା’ର । ଏଥିରୁ ସ୍ପଷ୍ଟ ଜଣାପଡଡ଼ୁଛି ‘ଜୁଡ଼ୱା ୨’ ସିନେମାରେ ମଧ୍ୟ ଉକ୍ତ ଗୀତ ଗୁଡିକ ରହିବ ।

ନିକଟରେ ହୋଇଥିବା ଏକ ପ୍ରେସ କନଫରେନ୍ସରେ ସେ ଏହି କଥା ପ୍ରକାଶ କରଛନ୍ତି । ଏହାପରେ ତାଙ୍କୁ ଯେତେବେଳ ପ୍ରଶ୍ନ କରାଗଲା କିି ଏହି ଗୀତରେ ତାଙ୍କ ସହ କେହି ଅଭିନେତ୍ରୀ ଡ଼୍ୟାନ୍ସ କରିବେ କି ନାହିଁ, ସେ ଏ ପ୍ରଶ୍ନର ଉତ୍ତରେ କହିଥିଲେ ମୁଁ ଏବିଷୟରେ କିଛି କହିପାରିବି ନାହିଁ । ଏନେଇ କରଣ ଜୋହର ତାଙ୍କୁ କିଛି ଉପଦେଶ ଦେଇଛନ୍ତି, ତେବେ ଏଥିପାଇଁ ଆଗକୁ ଦେଖିବା ପଡ଼ିବ ଆଇଫାରେ ବରୁଣ କ’ଣ ଜଲୱା ଦେଖାଉଛନ୍ତି ।