ଅନୁକମ୍ପା ବନାମ ରାଜନୀତି ! ଆସନ୍ତାକାଲି ସାରା ରାଜ୍ୟରେ କଂଗ୍ରେସର ଦୁଇ ଘଂଟିଆ ରାସ୍ତାରୋକ୍

29

କନକ ବ୍ୟୁରୋ : କଂଗ୍ରେସର ଦୁଇ ଘଂଟିଆ ଓଡିଶା ବନ୍ଦ । ରାଜ୍ୟର ସମସ୍ତ ଜିଳ୍ଲାର ସଦର ମହକୁମାରେ ଦିନ ୧୦ଟାରୁ ୧୨ଟା ଯାଏଁ ଏହି ବନ୍ଦ ପାଳନ କରାଯିବ । ଆଦିବାସୀ ମାନଙ୍କୁ ରାଜ୍ୟ ସରକାର ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗରେ ରାଜଭବନ ସମ୍ମୁଖରେ ଚାଲିଥିବା ଆମରଣ ଅନଶନକୁ ସମର୍ଥନ କରି ପିସିସି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।

କଂଗ୍ରେସ ଆଦିବାସୀ ଓ ସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ପ୍ରଦୀପ ମାଝୀ ଓ କୋରାପୁଟ ବିଧାୟକ କୃଷ୍ଣ ଶଗରିଆଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ତାଙ୍କ ଆମରଣ ଅନଶନ ଜାରି ରଖିଛନ୍ତି । ମାଲକାନଗିରିରେ ଗତ ୪ ମାସ ଭିତରେ ମୃତ୍ୟୁବରଣ କରିଥିବା ସମସ୍ତ ଶିଶୁଙ୍କୁ ୩ଲକ୍ଷ ପରିବର୍ତେ ୧୨ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ, କେବିକେ ରେ ସମସ୍ତ ଡାକ୍ତର ପଦ ପୂରଣ ଓ ଗୁମୁଡୁମୁହା ଗୁଳିକାଣ୍ଡ ଘଟଣାରେ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ବିଧାନ ଦାବୀ କରିଛି କଂଗ୍ରେସ ।