ବ୍ରିଟେନ, ରୁଷ୍, ଆମେରିକା ପରେ ଓଡିଶାରେ ପଶିଲା ୱାନାକ୍ରାଏ ଭାଇରସ୍ : ବ୍ରହ୍ମପୁର ସିଟି ହସ୍ପିଟାଲରେ ପ୍ରଭାବିତ ହେଲା କମ୍ପ୍ୟୁଟର

22

କନକ ବ୍ୟୁରୋ : ୟୁରୋପ, ଆମେରିକା, ଚୀନ ଓ ରୁଷ୍ ପରେ ଭାରତରେ ଭାଇରସ ଆତଙ୍କ । ବିଭିନ୍ନ ମହଲରେ ଏହା ଚିନ୍ତା ବଢାଉଥିବା ବେଳେ ଆଜି ପ୍ରଥମ କରି ୱାନାକ୍ରାୟ ରାନସମୱେର ଭାଇରସ ଓଡିଶାକୁ ଟାର୍ଗେଟ କରିଛି । ବ୍ରହ୍ମପୁରର ସିଟି ହସ୍ପିଟାଲର କମ୍ପ୍ୟୁଟରକୁ ଏହି ଭାଇରସ ଆକ୍ରାନ୍ତ କରିଛି ।

ଏଥିସହ କମ୍ପ୍ୟୁଟରରେ ଥିବା ସମସ୍ତ ତଥ୍ୟକୁ ହ୍ୟାକ୍ କରିନେଇଛନ୍ତି ବିଦେଶୀ ହ୍ୟାକର । ଏହାର କିଛି ସମୟ ପରେ ନିକଟସ୍ଥ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କମ୍ପ୍ୟୁଟରକୁ ମଧ୍ୟ ଏହି ଭାଇରସ ଆକ୍ରାନ୍ତ କରିଥିବା ନେଇ ସୂଚନା ମିଳିଛି । ଏହି ଦୁଇଟି ଘଟଣା ଏବେ ଚିନ୍ତାର କାରଣ ପାଲଟିଛି । ଏହାକୁ କେମିତି ମୁକାବିଲା କରାଯିବ ସେନେଇ ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଛି । ଏହାପରେ ମାମଲାର କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।