କାର ଚାଳକଙ୍କୁ ରାସ୍ତା ମଝିରେ କଲେଜ ଛାତ୍ରୀଙ୍କ ଶକ୍ତ ଚାପୁଡା ! ଜାଣନ୍ତୁ କାହିଁକି ରାଗିଲେ କଲେଜ ଛାତ୍ରୀ

683

କାର ଚାଳକଙ୍କୁ କଲେଜ ଛାତ୍ରୀଙ୍କ ନିର୍ଦ୍ଧୁମ ମାଡ । ଚାପୁଡା ସହ କଲର ଧରି ମାଡ ମାରି ଚାଲିଥିଲେ କଲେଜ ଛାତ୍ରୀ । ଯାହା ଘଟଣାସ୍ଥଳରେ ଥିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କଣ ପାଇଁ କଲେଜ ଛାତ୍ରୀ କାର ଚାଳକଙ୍କୁ ମାଡ ମାରୁଥିଲେ ତାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ସୂଚନା ଅନୁଯାୟୀ, ଝାଡଖଣ୍ଡର ଧାନବାଦ ଅଞ୍ଚଳରେ ନିୟନ୍ତ୍ରଣ ବାହାରେ ଗାଡି ଚଳାଉଥିବା କାର ଚାଳକଙ୍କୁ ଉଚିତ୍ ଶିକ୍ଷା ଦେଇଛନ୍ତି କଲେଜ ଛାତ୍ରୀ ।

ଏହି ହଙ୍ଗାମା ସେତେବେଳେ ହେଲେ ଯେତେବେଳେ ଧାନବାଦର ଏକ ମଲ ପାଖରେ ଦୁଇଜଣ କଲେଜ ଛାତ୍ରୀ ସ୍କୁଟି ନେଇ ଯାଉଥିବା ବେଳେ ଦ୍୍ରୁତ ଗତିରେ ଆସୁଥିବା ଏକ କାର ଜୋରଦାର ଧକ୍କା ଦେଇଥିଲା । ଯାହାଫଳରେ ସ୍କୁଟିରୁ ପଡି ଦୁଇ ଛାତ୍ରୀ ଖଣ୍ଡିଆ ଖାବରା ହୋଇଥିଲେ । ଏହାପରେ ଯେତେବେଳେ ଛାତ୍ରୀ ଜଣକ କାର ଚାଳକଙ୍କୁ ଦ୍ରୁତ ଗତିରେ କାର କାହିଁକି ଚଳାଉଥିଲେ ବୋଲି ପଚାରିଥିଲେ ସେତେବେଳେ ନିଜର ଭୁଲ ମାନିନଥିଲେ କାର ଚାଳକ । ଏପରିକି ଏଥିପାଇଁ ଦୁଇ ଛାତ୍ରୀଙ୍କୁ ଦୋଷ ଦେବାକୁ ପଛାଇ ନଥିଲେ ।

ଏତିକି ଶୁଣି ରାଗରେ ପଞ୍ଚମ ହୋଇ ଯାଇଥିଲେ ଛାତ୍ରୀ । ଆଉ ରାସ୍ତା ଉପରେ ତାଙ୍କ ଉପରେ ପାଟି କରିଥିଲେ । ଯୁକ୍ତିତର୍କ ବଢିବାରୁ କାରରେ ଡ୍ରାଇଭିଂ କରୁଥିବା ବ୍ୟକ୍ତିଙ୍କୁ ଶକ୍ତ ଚାପୁଡା ମାରିଥିଲେ ଛାତ୍ରୀ । ଆଉ ଏଭଳି ହଙ୍ଗାମା ଦେଖିବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଏକାଠି ହୋଇଥିଲେ । ଆଉ ପରିସ୍ଥିତି ଅଣାୟତ୍ତ ହେବା ଦେଖି କାର ଚାଳକ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ଡ୍ୟୁଟିରେ ଥିବା ଟ୍ରାଫିକ ପୋଲିସ ତାଙ୍କୁ ଧରିଥିଲେ ।

ପରେ ଉପାୟଶୂନ୍ୟ ହୋଇ କାର ଚାଳକ ଜଣଙ୍କ ନିଜ ଭୁଲ ସ୍ୱୀକାର କରିବା ସହ ଦୁଇ ଛାତ୍ରୀଙ୍କୁ କ୍ଷମା ମାଗିଥିଲେ । ଆଉ ଏହାପରେ ଦୁଇ ଛାତ୍ରୀ ଉକ୍ତ କାର୍ ଚାଳକଙ୍କୁ କ୍ଷମା କରିଦେବା ପରେ ପୂରା ମାହୋଲ ଶାନ୍ତ ପଡିଥିଲା ।