ବିଚ୍ଛିନ୍ନାଂଚଳ ସ୍ୱପ୍ନର ସେତୁ ଭୁଷୁଡିବା ଘଟଣା ! ଗୁରୁପ୍ରିୟା ସେତୁ ପାଖରେ ପହଂଚିଲେ ଭୁବନେଶ୍ୱରର ୩ ଜଣିଆ ଇଂଜିନିୟର ଟିମ୍

25

କନକ ବ୍ୟୁରୋ: ମାଲକାନଗିରି ସ୍ୱପ୍ନର ସେତୁ ଭୁଷୁଡିବା ଘଟଣାରେ ଅନୁଧ୍ୟାନ ପାଇଁ ପହଂଚିଲେ ୩ଜଣିଆ ଟିମ୍ । ଗାଡାର ଭୁଷୁଡିବାର କାରଣ ଖୋଜିବା ପାଇଁ ଗୁରୁପ୍ରୀୟା ସେତୁ ନିକଟରେ ପହଂଚି ଏହାର ଅନୁଧ୍ୟାନ କରୁଛନ୍ତି ୩ଜଣିଆ ଇଞ୍ଜିନିୟର ଟିମ୍ ।ସେତୁର ଡିଜାଇନରେ ମଧ୍ୟ କିଛି ତ୍ରୁଟି ଥିବା ନେଇ ସମୀକ୍ଷା କରୁଛନ୍ତି ଉଚ୍ଚସ୍ତରୀୟ ଯନ୍ତ୍ରୀ ଦଳ । ଏହି ଟିମରେ ଅଛନ୍ତି ମୁଖ୍ୟଯନ୍ତ୍ରୀ ଓମପ୍ରକାଶ ପାଟିଲ, କନସଲଂଟାଂଟ ଡିଜାଇନର ଅଶୋକ ପାଶା ଓ ମୁଖ୍ୟନିର୍ବାହୀ ଯନ୍ତ୍ରୀ ଏନ.ସି ପାଲ ।

ଗତ ଦୁଇ ଦିନ ତଳେ ବିଚ୍ଛିନ୍ନାଚଂଳର ସ୍ୱପ୍ନର ସେତୁ କାହାଯାଉଥିବା ଗୁରୁପ୍ରୀୟା ସେତୁର ୧୦ ଓ ୧୧ ନମ୍ବର ସ୍ପାନ୍ରେ ଥିବା ୩ଟି ଗାଡାର୍ ସମ୍ପୁର୍ଣ ଭୁଷୁଡି ପଡିଥିଲା । ସାଇଟରେ ପବନ ହେବାରୁ ଗୁରୁପ୍ରୀୟାର ଗାଡାର ଖସିପଡିଥିବା କହିଥିଲେ ପୂର୍ତ୍ତ ବିଭାଗ ସଚିବ ।
ୱଲଡିଂ ଚାଲିଥିବାବେଳେ ଗୋଟିଏ ଉପରେ ଆଉ ଗୋଟିଏ ଗାଡାର, ଏହିପରି ୩ଟି ଗାଡାର ଖସିପଡିଥିଲା । ନିର୍ମାଣ କାମ ଚାଲୁଥିବା ସମୟ ଏଭଳି ଅଘଟଣ ଯୋଗୁଁ ବ୍ରିଜ ଶେଷ ହେବାରେ ବିଳମ୍ବ ହେବ । ଗତ ସେପ୍ଟେମ୍ବର ମାସରେ ମଧ୍ୟ ଗୁରୁପ୍ରୀୟା ସେତୁର ୩ଟି ପାଇ ଭୁଷୁଡି ପଡିଥିଲା । ତ୍ରୃଟିପୁର୍ଣ୍ଣ ଡିଜାଇନକୁ ସଂଶୋଧନ କରାଯାଇ ପୁନର୍ବାର କାମ ଆରମ୍ଭ ହୋଇଥିଲା ।