ଆହୁରି ୩ ଦିନ ଧରି ଲାଗିରହିବ ଥଣ୍ଡା ! ୧୦ ଡିଗ୍ରି ତଳେ ୧୦ଟି ସହର

135

କନକ ବ୍ୟୁରୋ : ଥଣ୍ଡା ସ୍ଥିତିରେ ସୁଧାର ଆସୁଛି । ପୁଣିଥରେ ରାତିର ତାପମାତ୍ରା ବଢ଼ୁଛି । ଫୁଲବାଣୀକୁ ଛାଡ଼ି ଅନ୍ୟ ସମସ୍ତ ସହରରେ ରାତିର ତାପମାତ୍ରା ଇତି ମଧ୍ୟରେ ୮ ଡିଗ୍ରି ଟପିଛି । ଉତ୍ତର ଓ ଉପକୂଳ ଓଡ଼ିଶାରେ ସ୍ଥିତି ସ୍ବାଭାବିକ୍‌ ସ୍ତରକୁ ଆସିଥିବା ବେଳେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଏବେ ବି ଥଣ୍ଡା ଲାଗିରହିଛି ।

ରାତିରେ ହାରାହାରି ତାପାମତ୍ରା ୨ରୁ ୩ ଡିଗ୍ରି ତଳେ ରହୁଛି । ୧୦ଟି ସହରରେ ରାତିର ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା । ଭୁବନେଶ୍ବର, କଟକ, ବାଲେଶ୍ବରରେ ଥଣ୍ଡା ସ୍ଥିତି ପୂର୍ବ ଅବସ୍ଥାକୁ ଫେରିଛି । ଏଭଳି ଥଣ୍ଡା ଆହୁରି ୩ ଦିନ ଧରି ଲାଗିରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି  ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ ଏବେ ଥଣ୍ଡା ବଢ଼ିବାର ସମ୍ଭାବନା ନାହିଁ । ୯ ତାରିଖ ପରେ କିଛିଟା ପରିବର୍ତନ ହୋଇପାରେ । ରାତିରେ ପାରଦ ଦୁଇ ଡିଗ୍ରି ଏପାଖ ସେପାଖ ରହିବ । କେତେକ ସ୍ଥାନରେ କମିବ ତ ଆଉ କେଉଁଠି ବଢ଼ିବ । ଉପକୂଳ ଓଡ଼ିଶାରେ ପାରଦ କମିବ ନାହିଁ । ଜାନୁଆରି ୧୫ ପରେ ସ୍ଥିତିରେ କିଛିଟା ସୁଧାର ଆସିବ ।