କମିବାରେ ଲାଗିଛି ହାଡ଼ଭଙ୍ଗା ଜାଡ଼, ଲୋକେ ଆଶ୍ୱସ୍ତ ! ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଛି ତାପମାତ୍ରା

106

କନକ ବ୍ୟୁରୋ : କମୁଛି ଥଣ୍ଡା । ବଢ଼ୁଛି ତାପମାତ୍ରା । ୭ ଦିନ ଧରି ସାରା ଓଡ଼ିଶାକୁ ଅସ୍ତବ୍ୟସ୍ତ କରିଥିବା ହାଡ଼ଭଙ୍ଗା ଜାଡ଼ ଏବେ କମିବାରେ ଲାଗିଛି । ଗତକାଲି ଅପେକ୍ଷା ଆଜି ସମସ୍ତ ସ୍ଥାନରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଛି । ଦାରିଙ୍ଗବାଡ଼ି ଓ ଫୁଲବାଣୀର ତାପମାତ୍ରା ଇତି ମଧ୍ୟରେ ୫ ଡିଗ୍ରି ଟପିଥିବା ବେଳେ ଭୁବନେଶ୍ବରରେ ରାତିର ତାପମାତ୍ରା ୧୦ ଡିଗ୍ରି ପାର ହୋଇଛି ।

ଉପକୂଳ, ଉତ୍ତର ଓଡ଼ିଶାର ସମସ୍ତ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଉପରକୁ ଚାଲି ଯାଇଛି । ଦକ୍ଷିଣ, କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ କିନ୍ତୁ ସ୍ଥିତି ଅପରିବର୍ତ୍ତିତ ରହିଛି । ମୋଟ ୧୧ଟି ସହରର ସର୍ବନିମ୍ନ ପାରଦ ୧୦ ଡିଗ୍ରି ତଳେ ରହିଛି। ୮ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ। ପାରଦ ଆଉ କମିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ଆସନ୍ତା ସପ୍ତାହକ ପର‌୍ୟ୍ୟନ୍ତ ଥଣ୍ଡାର ସମ୍ଭାବନା ନାହିଁ ।