କୃତ୍ରିମ ଉପାୟରେ ଫୁଟିଲା ନାଗ ସାପ ଛୁଆ । ୨ ମାସ ତଳେ ୩ ନାଗୁଣୀ ସହ ୫୭ଟି ଅଣ୍ଡା ଉଦ୍ଧାର କରିଥିଲା ସ୍ନେକ ହେଲ୍ପଲାଇନ ।

474

କନକ ବ୍ୟୁରୋ: ଦୁଇମାସ ତଳେ ଉଦ୍ଧାର ହୋଇଥିବା ସାପ ଅଣ୍ଡାରୁ କୃତ୍ରିମ ଉପାୟରେ ଫୁଟିଲା ଛୁଆ ।  ସୂଚନା ମୁତାବକ, କଣାସ ବିଲପାଟଣା ଗାଁରୁ  ପ୍ରାୟ ୨ ମାସ ତଳେ ୩ନାଗୁଣୀ ସହ ୫୭ଟି ନାଗ ସାପ ଅଣ୍ଡା ଉଦ୍ଧାର କରିଥିଲା ସ୍ନେକ ହେଲ୍ପଲାଇନ  । ନାଗୁଣୀକୁ ଜଙ୍ଗଲରେ ଛାଡି ଦେଇଥିବାବେଳେ ଅଣ୍ଡାକୁ ସୁରକ୍ଷିତ ଭାବେ ରଖାଯାଇଥିଲା । ସେହି ଅଣ୍ଡାରୁ କୃତ୍ରିମ ଉପାୟରେ ସାପ ଛୁଆ ବାହାର କରାଯାଇଛି ।

ସୂଚନା ମୁତାବକ, ବାଲିପାଟଣା ଗାଁର ରଶ୍ମିକାନ୍ତ ପରିଡା ପାଳଗଦାରୁ କୁଟା ଆଣିବାକୁ ଯାଇଥିବାବେଳେ ନାଗସାପ ଅଣ୍ଡା ଦେଇଥିବା ଦେଖିବାକୁ ପାଇଥିଲେ । ସ୍ନେକ ହେଲପଲାଇନକୁ ଖବର ଦିଆଯାଇଥିଲା ଓ ସେମାନେ ଏହାକୁ ସାପ ସହ ଅଣ୍ଡାକୁ ଉଦ୍ଧାର କରିଥିଲେ । ଗୋଟିଏ ସ୍ଥାନରେ ପାଖାପାଖି ୩ଟି ନାଗସାପ ଅଣ୍ଡା  ଦେଇଥିବା ଦେଖିବାକୁ ମିଳିଥିଲା ।  ସ୍ନେକ ହେଲ୍ପ ଲାଇନ ସଦସ୍ୟ ଘଟଣାସ୍ଥଳରେ ପହଂଚି  ୩ଟି ନାଗୁଣୀ ଓ ୫୭ଟି ଅଣ୍ଡାକୁ ଉଦ୍ଧାର କରିଥିଲେ ।  ୩ଟି  ନାଗୁଣୀକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛଡାଯାଇଥିଲା ।