ରାଜଧାନୀରେ ଗଡ଼ିଲା ଗ୍ୟାସ ଗାଡି ! ସିଏନଜି ଫିଲିଂ ଷ୍ଟେସନର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗାଡି ଚାଳକଙ୍କୁ ମିଳିବ ଫାଇଦା

85

କନକ ବ୍ୟୁରୋ : ଏଣିକି ଗ୍ୟାସରେ ଗଡିିବ ଗାଡି । ପେଟ୍ରୋଲ ଓ ଡିଜେଲ ଭଳି ଇନ୍ଧନର ବିକଳ୍ପ ଭାବେ ବ୍ୟବହାର ହେବ କମ୍ପ୍ରେସଡ ନାଚୁରାଲ ଗ୍ୟାସ ବା ସିଏନଜି । ପ୍ରାଥମିକ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ୱରରେ ଦୁଇଟି ସିଏନଜି ଫିଲିଂ ଷ୍ଟେସନକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଭଲ ଉଦ୍ୟମରେ ସହଯୋଗ କରିବା ପାଇଁ ନିଜ ରାଜନୈତିକ ପ୍ରତିପକ୍ଷଙ୍କୁ ଆହ୍ୱାନ କରିଛନ୍ତି । ତେବେ ଆଗକୁ ଲୋକଙ୍କ ଚାହିଦା ଓ ଆବଶ୍ୟକତାକୁ ଦେଖି ଅଧିକ ଫିଲିଂ ଷ୍ଟେସନ ପ୍ରତିଷ୍ଠା କରିବ ଗେଲ ଇଣ୍ଡିଆ । ପେଟ୍ରୋଲ ଓ ଡିଜେଲଠାରୁ ଶସ୍ତା ଏବଂ ଅଧିକ ମାଇଲେଜ ଦେଉଥିବାରୁ ସିଏନଜି ଚାଳିତ ଗାଡି ପ୍ରତି ଲୋକେ ଅଧିକ ଆଗ୍ରହୀ ହେବେ ବୋଲି ଆଶା କରାଯାଉଛି ।

CNG GAS ଭୁୁବନେଶ୍ୱରରେ ଗ୍ୟାସରେ ଗଢ଼ିଲା ଗାଡି଼ ।ଆଜିଠାରୁ ରାଜଧାନୀ ଭୁବନେଶ୍ୱରରେ ଗଡିଛି କଂମ୍ପ୍ରେସଡ ନାଚୁରାଲ ଗ୍ୟାସ ବା ସିଏନଜି ଚାଳିତ ଗାଡି । ଆପଣଙ୍କ ଗାଡି ରାସ୍ତାରେ ଗଡିବା ପାଇଁ ଦରକାର ହେଉଥିବା ପେଟ୍ରୋଲ ବା ଡିଜେଲ ଭଳି ଇନ୍ଧନ ପରିବର୍ତେ ଏଣିକି ଏହି ଗ୍ୟାସଦ୍ୱାରା ଚାଲିପାରିବ । ଏଥିପାଇଁ ଭୁବନେଶ୍ୱରରେ ପ୍ରାଥମିକ ପର୍ଯ୍ୟାୟରେ ଦୁଇଟି ଫିଲିଂ ଷ୍ଟେସନକୁ ଉଦଘାଟନ କରିଛନ୍ତି ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ସିଏନଜି ଗ୍ୟାସ ଚାଳିତ ଅଟୋ ଓ ସ୍କୁଟରର ଶୁଭାରମ୍ଭ ମଧ୍ୟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗ ଯୋଜନାରେ ଗେଲ ଇଣ୍ଡିଆ ପକ୍ଷରୁ ଏହି ସିଏନଜି ଯୋଗଣର ଶୁଭାରମ୍ଭ କରାଯାଇଛି । ଏହାଦ୍ୱାରା ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ସୁବିଧା ମିଳିବ ।

– ପେଟ୍ରୋଲ ଓ ଡିଜେଲ ଭଳି ସିଏନଜି ଅଟୋ ଏବଂ ସ୍କୁଟରରେ ବିକଳ୍ପ ଇନ୍ଧନର କାମ କରିବ
– ଏଥିରେ ସୀସା କିମ୍ବା ସଲଫର ଭଳି ଅଶୁଦ୍ଧ ପଦାର୍ଥ ନଥିବାରୁ ଏହା ପରିବେଶ ଉପଯୋଗୀ
cng gas 2– ବାୟୁଠାରୁ ହାଲୁକା ହୋଇଥିବାରୁ ଲିକ୍ ହେଲେ ଶୀଘ୍ର ପବନରେ ମିଶିଯିବ ତେଣୁ ସୁରକ୍ଷିତ
– ସିଏନଜି ଜଳିବା ପାଇଁ ଅଧିକ ତାପମାତ୍ରା ଦରକାର ହେଉଥିବାରୁ ଦୁର୍ଘଟଣାର ଆଶଙ୍କା କମ୍
– ପେଟ୍ରୋଲ ଓ ଡିଜେଲଠାରୁ ଶସ୍ତା ଓ ଅଧିକ ମାଇଲେଜ ଦେବ କମ୍ପ୍ରେସଡ୍ ନାଚୁରାଲ ଗ୍ୟାସ

ଭୁବନେଶ୍ୱରରେ ଲୋକେ ସିଏନଜି ଚାଳିତ ଅଟୋ ଓ ସ୍କୁଟର କିଣିବା ଆରମ୍ଭ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଗକୁ ଭୁବନେଶ୍ୱର-କଟକ ଦ୍ୱେତନଗରୀରେ ୨୫ଟି ଫିଲିଂ ଷ୍ଟେସନ ପ୍ରତିଷ୍ଠା କରିବାକୁ ଯୋଜନା ରଖିଛି ଗେଲ ଇଣ୍ଡିଆ । ପ୍ରାଥମିକ ଭାବେ ଏହି ପ୍ରାକୃତିକ ବାଷ୍ପ ସ୍ୱତନ୍ତ୍ର କଂଟେନର ଯୋଗେ ଆନ୍ଧ୍ରପ୍ରଦେଶ ବିଜୟୱାଡାରୁ ସ୍ଥଳପଥ ଦେଇ ଭୁବନେଶ୍ୱରରେ ପହଂଚିବ । ପରେ ଜଗଦୀଶପୁର-ହଳଦୀଆ ଏବଂ ବୋକାର-ଧମରା ନାଚୁରାଲ ଗ୍ୟାସ ପାଇପ ଲାଇନ ମାଧ୍ୟମରେ ଓଡିଶାକୁ ଯୋଗାଣ ହେବ ।