ମୁଖ୍ୟମନ୍ତ୍ରୀଙ୍କ ୱାନ ଟୁ ୱାନ : ସରିଲା କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ କାମର ସମୀକ୍ଷା

33

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ତିନୋଟି ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ କାମର ସମୀକ୍ଷା ଶେଷ କରିଛନ୍ତି ନବୀନ ପଟ୍ଟନାୟକ । ନବୀନଙ୍କ ସମୀକ୍ଷା ପରେ କ୍ରୀଡା ସଚିବ ଶାସ୍ୱତ ମିଶ୍ରଙ୍କ ପ୍ରତିକ୍ରିୟା । ନୂଆ କ୍ରୀଡା ଭିତିଭୂମି ପାଇଁ ଯୋଜନା ଆରମ୍ଭ ହୋଇଛି । କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ସିନ୍ଥେଟିକ୍ ଆର୍ଥିଲେଟିକ୍ ଟ୍ରାକ କରାଯିବ । ସେହିଭଳି ସୁନ୍ଦରଗଡରେ ହକି ଟ୍ରାକ, କଟକ ଇଣ୍ଡୋର ଷ୍ଟାଡିୟମ୍ର ବିକାଶ ପାଇଁ ପଦକ୍ଷେପ ନିଆଯିବ । ଜୁଲାଇ ସୁଦ୍ଧା ରାଜ୍ୟରେ ୧୦୦ଟି ମିନି ଷ୍ଟାଡିୟମ୍ର କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦେଶ ରହିଛି । ଗ୍ରାମାଂଚଳରେ ୨୦୧, ସହରାଂଚଳରେ ୫୦ଟି ମିନିଷ୍ଟାଡିୟମ କରାଯିବାର ଯୋଜନା ରହିଛି । ୧୫୬ଟି ମିନି ଷ୍ଟାଡିୟମ ପାଇଁ ଫେବୃଆରୀରୁ  ଅର୍ଥ ମଂଜୁରୀ ହୋଇଛ । ଏବେ ସୁଦ୍ଧା ୧୦ରୁ ୧୨ ମିନିଷ୍ଟାଡିୟମ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ରାଜ୍ୟର ବିଭିନ୍ନ  ସ୍ଥାନରେ ୬ଟି ସୁଇମିଂପୁଲ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ସ୍ପୋର୍ଟ ପାଇଁ ବିଭିନ୍ନ କଲେଜରୁ ୧୦୦୦ ଛାତ୍ରଛାତ୍ରୀଙ୍କୁ ହିମାଳୟ ଶିବିରକୁ ପଠାଯାଏ । ଏହି ବ୍ୟବସ୍ଥାକୁ ଆହୁରି ବ୍ୟାପକ କରାଯିବ ବୋଲି କହିଛନ୍ତି କ୍ରୀଡା ସଚିବ ଶାଶ୍ୱତ ମିଶ୍ର ।

ଏହା ସହ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡର ସମୀକ୍ଷା : ଆଜି ୪ଟି ବିଭାଗର ସମୀକ୍ଷା କରୁଛନ୍ତି ନବୀନ