ବିଧାୟକ ଦଳ ବୈଠକରେ ବିଫଳ ବିଧାୟକଙ୍କୁ ଚେତାବନୀ ଦେଲ ନବୀନ ! କହିଲେ, ଜନାଦେଶ ହିଁ ବିଧାୟକଙ୍କ ପ୍ରଦର୍ଶନର ପ୍ରକୃତ ମାପକାଠି

37

କନକ ବ୍ୟୁରୋ : ବିଜେଡି ବିଧାୟକ ଦଳ ବୈଠକରେ ବିଫଳ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡା ଚେତାବନୀ । କିଛି ନିର୍ଦ୍ଦିଷ୍ଟ ବିଧାୟକଙ୍କ ଉପରେ ସେ ଖୁସି ନୁହଁନ୍ତି ଏବଂ ଜନାଦେଶ ହିଁ ବିଧାୟକଙ୍କ ପ୍ରଦର୍ଶନର ପ୍ରକୃତ ମାପକାଠି ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି । ବିଧାୟକଙ୍କ ବିଫଳତାର କାରଣ ଖୋଜା ଯିବ । ଏବଂ କେତେକ ଜିଲ୍ଲାରେ ଦଳର ପ୍ରଦର୍ଶନ ନେଇ ଖୁସି ଥିବାବେଳେ କିଛି ଜିଲ୍ଲାରେ ଦଳର ପ୍ରଦର୍ଶନ ନେଇ ଚିଂତିତ ଥିବା କହିଛନ୍ତି ନବୀନ । ଏହାସହ ନିର୍ଦ୍ଦିଷ୍ଟ ଜିଲ୍ଲାରେ ଦଳର ପ୍ରଦର୍ଶନ ନେଇ ସମୀକ୍ଷା କରାଯିବ ବେଲି ନବୀନ କହିଛନ୍ତି ।