ସୁରେଶ ପ୍ରଭୁଙ୍କୁ ନବୀନଙ୍କ ଚିଠି । ଭୁବନେଶ୍ୱରରୁ ସୁରଟକୁ ବିମାନ ସେବା ବ୍ୟବସ୍ଥା ନେଇ ଚିଠି ଦ୍ୱାରା ଦାବି କଲେ ମୁଖ୍ୟମନ୍ତ୍ରୀ

38

ସୁରେଶ ପ୍ରଭୁଙ୍କୁ ନବୀନଙ୍କ ଚିଠି । ଭୁବନେଶ୍ୱରରୁ ସୁରଟକୁ ବିମାନ ଚଳାଚଳ ପାଇଁ କେନ୍ଦ୍ର ବେସାମରିକ ଏବଂ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ଏନେଇ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସୁରଟରେ ଲକ୍ଷାଧିକ ଓଡିଆ ଲୋକ ବସବାସ କରୁଛନ୍ତି । ସେମାନେ କିଭଳି ସ୍ୱଳ୍ପ ସମୟ ମଧ୍ୟରେ ଓଡିଶା ଯାଆ ଆସ କରିପାରିବେ ସେନେଇ ପଦକ୍ଷେପ ଗ୍ରହଣ କରିବା ପାଇଁ କେନ୍ଦ୍ର ବେସାମରିକ ଏବଂ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନବୀନ ।

କେବଳ ଏତିକି ନୁହେଁ ଏହି ବିମାନ ଚଳାଚଳ ବ୍ୟବସ୍ଥା ଦ୍ୱାରା ଦୁଇ ସହରର ପର୍ଯ୍ୟଟକ ମାନଙ୍କ ପାଇଁ ସୁବିଧା ହେବ । କାରଣ ବିମାନ ସେବା ବ୍ୟବସ୍ଥା ହେଲେ ଲକ୍ଷ ଲକ୍ଷ ଓଡିଆ ଲୋକ ସ୍ୱଳ୍ପ ସମୟ ମଧ୍ୟରେ ଭୁବନେଶ୍ୱରକୁ ଯାତାୟତ କରିପାରିବେ । ଏହାସହ ବିଭିନ୍ନ କ୍ଷେତ୍ରରେ ସୁରଟର ଲୋକମାନେ ମଧ୍ୟ ଓଡିଶାର ପର୍ଯ୍ୟଟନସ୍ଥଳୀକୁ ଦେଖିବାର ସୁଯୋଗ ପାଇବେ ଏହାସହ ସୁରଟରେ ଥିବା ପର୍ଯ୍ୟଟନସ୍ଥଳୀକୁ ମଧ୍ୟ ଓଡିଶା ଲୋକ ଦେଖିବାରେ ସହାୟକ ହେବ ବୋଲି ଆଶା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେଣୁ ଯଥା ସମ୍ଭବ ଏ ଦିଗରେ ଗୁରୁତ୍ୱ ଦେଇ ଦୁଇ ସହରର ସମ୍ପର୍କକୁ ଆହୁରି ସରଳ କରିବା ପାଇଁ ପଦକ୍ଷେପ ଗହଣ କରନ୍ତୁ ବୋଲି ସୁରେଶ ପ୍ରଭୁଙ୍କୁ ଚିଠି ଦ୍ୱାରା ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।