ରାକ୍ଷୀ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ! ବସ୍ ଏବଂ ଟ୍ରେନ ସହ ମେଟ୍ରୋ ମଧ୍ୟ ଯାତ୍ରୀମାନଙ୍କୁ ଦେଲା କିଛି ଏଭଳି ଉପହାର ।

45

ମହିଳାମାନଙ୍କ ପାଇଁ ରାକ୍ଷୀକୁ ଅଧିକ ସ୍ପେଶାଲ କରିବା ପାଇଁ ଭାରତୀୟ ରେଳବାଇ, ମେଟ୍ରୋ ସର୍ଭିସ ଏବଂ ବସ ଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରେଳବାଇର ଦିଲ୍ଲୀ ମଣ୍ଡଳରେ ଯେଉଁଠି ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ନେଇ ଘୋଷଣା କରାଯାଇଛି ସେଠାରେ ମେଟ୍ରୋ ଟ୍ରେନ ମଧ୍ୟ ଅଧିକ ଥର ଯିବାଆସିବା କରିବ । ଏହା ସହ ଉତ୍ତର ପ୍ରଦେଶ ସରକାର ମଧ୍ୟ ନିଷ୍ପତ୍ତି ନେଇଛନ୍ତି ଯେ, ରାକ୍ଷୀ ଦିନ ଗାଡି ଗୁଡିକରେ କୌଣସି ଶୁଳ୍କ ନିଆଯିବ ନାହିଁ । ଭାରତୀୟ ରେଳବାଇ ଦ୍ୱାରା ସ୍ୱତନ୍ତ୍ର ପ୍ରସ୍ତୁତିର ନିଷ୍ପତ୍ତିକୁ ଦିଲ୍ଲୀର ମହିଳାମାନେ ସ୍ୱଗତ ଜଣାଇଛନ୍ତି । ରେଳବାଇର ଏହି ନିଷ୍ପତ୍ତିରେ ରକ୍ଷାବନ୍ଧନରେ ମହିଳାମାନଙ୍କୁ ଯାତ୍ରା କରିବାରେ କୌଣସି ଅସୁବିଧା ହେବ ନାହିଁ ।

ରାକ୍ଷୀପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଶନିବାର ଏବଂ ରବିବାର ଲୋକମାନଙ୍କ ସୁବିଧା ପାଇଁ ମେଟ୍ରୋ ଟ୍ରେନ ଅଧିକ ଥର ଯିବା ଆସିବା କରିବ । ଏହା ସହ ଯେଉଁ ସେକସନରେ ରବିବାର ଦିନ ମେଟ୍ରୋ ଟ୍ରେନ ସକାଳ ୮ଟାରୁ ଯିବାଆସିବା ଆରମ୍ଭ କରିଥାଏ, ଏହି ରବିବାର ସକାଳ ୬ଟାରୁ ଯିବାଆସିବା କରିବ । ରକ୍ଷାବନ୍ଧନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଶନିବାର ଦିନ ମେଟ୍ରୋର ଟ୍ରେନଗୁଡିକ ୨୫୩ ଥର ଅତିରିକ୍ତ ଚଳାଚଳ କରିବ । ଏହା ସହ ରବିବାର ରାକ୍ଷୀରେ ମେଟ୍ରୋ ଟ୍ରେନଗୁଡିକ ୫୯୮ଥର ଅତିରିକ୍ତ ଚଳାଚଳ କରିବ । ତେବେ ସବୁଠାରୁ ବଡ କଥା ହେଉଛି ଏହି ଦୁଇଦିନରେ ମେଟ୍ରୋ ଷ୍ଟେସନ ଗୁଡିକରେ ଅତିରିକ୍ତ ଗାର୍ଡ ଏବଂ ଏଜେଣ୍ଟ ମାନଙ୍କୁ ନିୟୋଜିତ କରାଯିବ । ଯେଉଁମାନେ ଯାତ୍ରୀମାନଙ୍କୁ ସାହାଯ୍ୟ କରିବେ । ଏହା ସହ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ଯବାନମାନଙ୍କୁ ମଧ୍ୟ ନିୟୋଜିତ କରାଯିବ । ଉତ୍ତର ପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ଅଗଷ୍ଟ ୨୬ ତାରିଖରେ ଯାତ୍ରୀମାନଙ୍କ ଠାରୁ ଗାଡିରେ ଯିବାଆସିବା ପାଇଁ କୌଣସି ଶୁଳ୍କ ନିଆଯିବ ନାହିଁ ।