ମିଶନ ଶକ୍ତି ମହାସମାବେଶରେ ମହିଳାଙ୍କ କଥା ଶୁଣିଲେ ନବୀନ । କହିଲେ, ଆପଣଙ୍କ ଖୁସିରେ ମୋ ଖୁସି ।

243

କନକ ବ୍ୟୁରୋ: ପୁରୀରେ ମିଶନ ଶକ୍ତି ମହିଳାମାନଙ୍କ ମନକଥା ଶୁଣିଲେ ନବୀନ । ମହିଳାମାନେ ମିଶନ ଶକ୍ତିର ସଫଳତା ଏବଂ ଏହାକୁ ଅଧିକ କାର୍ଯ୍ୟକ୍ଷମ କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାମର୍ଶ ଦେଇଛନ୍ତି । ପୁରୀ ତାଳବଣିଆ ସ୍ଥିତ ସ୍ପୋଷ୍ଟର୍ସ କମ୍ପେଲକ୍ସ ଇନଡୋର ହଲରେ ମିଶନ ଶକ୍ତି ମହାସମାବେଶରେ ସମସ୍ତଙ୍କ ମନକଥା ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାୟ ୨୯ ହଜାର ସ୍ୱୟଂସହାୟକ ଗୋଷ୍ଠୀର ୬୦ ହଜାର ମହିଳା ଏହି ଅବସରରେ ସାମିଲ ହୋଇ ନିଜ ନଜର ଅଭିଜ୍ଞତା ବଖାଣିଛନ୍ତି ।

naveenପାଖାପାଖି ୪୦ ମିନିଟରୁ ଉ୍ଦ୍ଧ୍ୱର୍ ସମୟ ଧରି ସମସ୍ତ ମିଶନ ଶକ୍ତି ମହିଳାଙ୍କ କଥା ମଞ୍ଚ ଉପରେ ବସି ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶେଷ କରି ଏସଏଚଜି ଗ୍ରୁପ ମହିଳାମାନଙ୍କ କଥା ଶୁଣି ସେମାନଙ୍କୁ ନୂଆ ବର୍ଷର ନୂଆ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜନୀତି ମହଲରେ ଚର୍ଚ୍ଚାଥିଲା ଯେ, ନବୀନ ଏହି ମହା ସମାବେଶରେ କେନ୍ଦ୍ର ସରକାରଙ୍କ ଟାର୍ଗେଟ କରିବେ, କିନ୍ତୁ ନବୀନ ନରମ ହୋଇ କେବଳ ସେଠାରେ ଉପସ୍ଥିତଥିବା ମହିଳାମାନଙ୍କ କଥା ଶୁଣିଲେ । ଆଗାକୁ ସାଧାରଣ ନିର୍ବାଚନ ଆସୁଥିବାରୁ ମହିଳାମାନଙ୍କ ମନକଥା ଏବଂ ପରାମର୍ଶ ଜାଣିବାକୁ ପ୍ରୟାସ କରୁଛନ୍ତି ନବୀନ ବୋଲି ରାଜନୀତି ଅନ୍ଦର ମହଲରେ ଚର୍ଚ୍ଚା ହେଉଛି ।

ସେପଟେ ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ପ୍ରତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୫ ହଜାର ଟଙ୍କାର ସିଡ୍ ମନି ପ୍ରଦାନ କରିଛନ୍ତି । ସେହିପରି ପ୍ରତି ବ୍ଲକ ସ୍ତରୀୟ ମହାସଂଘ ପାଇଁ ୨୫ ଲକ୍ଷ ଟଙ୍କାର ସହାୟତା ପାଣ୍ଠି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ନବୀନ । ଏହା ସହ ଡିଜିଟାଲ ସଶକ୍ତିକରଣ ନିମନ୍ତେ ପ୍ରତି ଗୋଷ୍ଠୀକୁ ୩ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।