ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ! ଶାଳପତ୍ର ଉପରୁ ରୟାଲିଟି ଛାଡ଼ କଲେ ରାଜ୍ୟ ସରକାର, ଉପକୃତ ହେବେ ୨୫ ଲକ୍ଷ ଶାଳପତ୍ର ଶ୍ରମିକ   ।

119

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଶାଳ ପତ୍ରରୁ ରୟାଲିଟି ଛାଡ଼ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତି । ପୂର୍ବରୁ କ୍ୱିଣ୍ଟାଲ ପିଛା ୮୬ ଟଙ୍କା ରୟାଲିଟି ଦେବାକୁ ପଡ଼ୁଥିଲା । ବର୍ତ୍ତମାନ ଏହାକୁ ଛାଡ଼ କରିଛନ୍ତି ରାଜ୍ୟ ସରକାର । ପୂର୍ବସୂଚନା ମୁତାବକ ବନଜାତ ଦ୍ରବ୍ୟ ଉପରେ ରାଜ୍ୟ ସରକାର ରୟାଲିଟି ନେଇ ଥାଆନ୍ତି । ଏହି କ୍ରମରେ ଜଙ୍ଗଲରୁ ଶାଳପତ୍ର ସଂଗ୍ରହ କରୁଥିବା ଶ୍ରମିକମାନଙ୍କୁ କ୍ୱଇଣ୍ଟାଲ ବିଛା ୮୬ଟଙ୍କା ସରକାରଙ୍କୁ ଦେବାକୁ ପଡ଼ିଥାଏ ।

ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାଳପତ୍ର ଉପରେ ଲାଗୁ ହୋଇଥିବା ରୟାଲିଟିକୁ ଛାଡ଼ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ରାଜ୍ୟର ଶାଳପତ୍ର ଶ୍ରମିକଙ୍କ ମହଲରେ ଆନନ୍ଦ ଖେଳାଇ ଦେଇଛି । ଏହା ଦ୍ୱାରା ୨୫ଲକ୍ଷ ଶାଳପତ୍ର ସଂଗ୍ରହରେ ନିୟୋଜିତ ଶ୍ରମିକ ଲାଭବାନ୍ ହେବେ ବୋଲି ସୂଚନା ମିଳିଛି ।