ରାଜ୍ୟର ପ୍ରଥମ ‘ଦକ୍ଷତା ସଂଗ୍ରହାଳୟ’ : ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ମାନବ ସମ୍ବଳ ପ୍ରଗତି ପଥରେ ହେବ ସହାୟକ

38

କନକ ବ୍ୟୁରୋ: ରାଜ୍ୟର ପ୍ରଥମ ଦକ୍ଷତା ସଂଗ୍ରାହଳୟର ଉଦଘାଟନ ହୋଇଯାଇଛି । କଟକ ସ୍ଥିତ ସରକାରୀ ଆଇଟିଆଇ ଖପୁରିଆରେ ଉଦଘାଟିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଥିବା ଉଦଘାଟନୀ ଅବସରରେ କହିଛନ୍ତି ମୂଖ୍ୟମନ୍ତ୍ରୀ । ୨୬୦୦ ବର୍ଗ ଫୁଟ ମଧ୍ୟରେ ନିର୍ମିତ ଏହି ସଂଗ୍ରାହଳୟ ବର୍ତ୍ତମାନ ଓ ଆଗମୀ ପିଢି ପାଇଁ ଦକ୍ଷତା ବଢାଇବା କ୍ଷେତ୍ରରେ ବେଶ ସହାୟକ ହେବ ।

ଦେଶର ପ୍ରଥମ ଦକ୍ଷତା ସଂଗ୍ରାହଳୟ ସରକାରୀ ଆଇଟିଆଇରେ ସ୍ଥାନ ପାଇଛି । ଏହି ଦକ୍ଷତା ସଂଗ୍ରହାଳୟର ଉଦଘାଟନ ଦ୍ୱାରା ଦେଶ ଆଗକୁ ବଢିବା ସହ ସ୍କିଲ ଡେଭଲପମେଣ୍ଟ କ୍ଷେତ୍ରରେ ଓଡିଶାର ଛାତ୍ର ଛତ୍ରୀମାନେ ମଧ୍ୟ ବେଶ ଆଗକୁ ବଢ଼ିବେ। ଏହି ସଂଗ୍ରାହଳୟରେ ଗ୍ରାମଫୋନ ଠାରୁ ଆରମ୍ଭ କରି ୧୯୦୭ ମସିହାର ଉଡାଯାହଜର ଇଞିନ ମଧ୍ୟ ସ୍ଥାନ ପାଇଛି । ଏହାସହ ପୂର୍ବରୁ ବିଭିନ୍ନ କଳ କାରଖାନରେ ଚାଲୁଥିବା ମେସିନ ମଧ୍ୟ ଏହି ସଂଗ୍ରାହଳୟରେ ସ୍ଥାନ ପାଇଛି। ଏହି ସଂଗ୍ରାହଳୟ ଭାରତରେ ପ୍ରଥମ ଓ ଏହା ସ୍କିଲ ଡେଭଲପମେଣ୍ଟ ବା ଦକ୍ଷତା ବିକାଶ କ୍ଷେତ୍ରରେ ଯୁବ ପିଢିଙ୍କ ପାଇଁ ପ୍ରୋତ୍ସାହନ ଯୋଗାଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଶିଳ୍ପ ତାଲିମ କ୍ଷେତ୍ରରେ ନିଜର ବେଶ ପରିଚୟ ମଧ୍ୟ ସୃଷ୍ଟି କରି ପାରିଛି କଟକ ଖପୁରିଆ ସ୍ଥିତ ସରକାରୀ ଆଇଟିଆଇ । ଏହି ସଂଗ୍ରାହଳୟ ବର୍ତ୍ତମାନର ଯୁବ ପିଢି ଅତୀତର କୌଶଳ ବିଷୟରେ ବହୁ ତଥ୍ୟ ଜାଣିବା ସହ ଭବିଷ୍ୟତ ପିଢି ମଧ୍ୟ ଏହି ସଂଗ୍ରାହଳୟରୁ ବହୁ କିଛି ଶିଖିବାକୁ ପାଇବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ହୋଟଲ ମ୍ୟାନଜମେଣ୍ଟ କ୍ଷେତ୍ରରେ ଓଡିଶାର ଦକ୍ଷତାକୁ ସାରା ଭାରତରେ ପ୍ରତିନିଧିତ୍ୱ କରିଥିବା ୨୦ ଜଣ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି ।