ସିଆଇଏସଏଫକୁ ଦରକାର ଏକେ-୪୭ ଫେଲ୍ ମାରୁଥିବା ଜ୍ୟାକେଟ୍ ! ୧୫୦୦ ବୁଲେଟପ୍ରୁଫ୍ ଜ୍ୟାକେଟ୍ କିଣିବାକୁ ପ୍ରସ୍ତାବ ।

64

ଦେଶର ବିମାନ ବନ୍ଦର ପହରା ଦେଉଥିବା ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସର କର୍ମଚାରୀମାନେ ପିନ୍ଧୁଥିବା ବୁଲେଟପ୍ରୁଫ୍ ଜ୍ୟାକେଟଗୁଡ଼ିକୁ ବଦଳାଇବାକୁ ଚାହୁଁଛି। ଏହି ଜ୍ୟାକେଟ ଗୁଡ଼ିକ ଆତଙ୍କବାଦୀମାନଙ୍କ ପସନ୍ଦର ଅସ୍ତ୍ର ଏକେ ୪୭ ଆସଲଟ୍ ରାଇଫଲରୁ ନିର୍ଗତ ଗୁଳି ଓ ଖୁବ୍ ନିକଟରୁ ମରାଯାଉଥିବା ଗୁଳି ଚୋଟକୁ ସମ୍ଭାଳିବାକୁ ଅସମର୍ଥ।

୨୫୦୦୦ କର୍ମଚାରୀ ଥିବା ଏହି ବଳ ଦେଶରେ ଚାଲିଥିବା ୬୦ ରୁ ୯୮ ବିମାନ ବନ୍ଦରରେ ପହରା ଦେଉଛନ୍ତି। ଗତ ମାସରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଏ ବିଷୟରେ ଅବଗତ କରାଯାଇଛି ବୋଲି ଜଣେ ବରିଷ୍ଠ ସିଆଇଏସଏଫ୍ ଅଧିକାରୀ କରିଛନ୍ତି।
ସିଆଇଏସଏଫ୍ ନିକଟରେ ୧୦୦୦ଟି ବୁଲେଟପ୍ରୁଫ୍ ଜ୍ୟାକେଟ୍ ଅଛି ଆଉ ୧୫୦୦ ନୂଆ କିଣିବାକୁ ଚାହୁଁଛି।

ସିଆଇଏସଏଫ୍ କର୍ମଚାରୀମାନେ ବ୍ୟବହାର କରୁଥିବା ବୁଲେଟପ୍ରୁଫ୍ ଜ୍ୟାକେଟ୍ ସବୁ ୨୦୧୧ରେ କିଣା ଯାଇଥିଲା । ଯଦି ନିକଟରୁ ଗୁଳି ମରାଯାଏ ତେବେ ତାହା ସେ ଜ୍ୟାକେଟ୍ ଭେଦ କରି ବ୍ୟକ୍ତିଙ୍କୁ ଆହତ କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।