ଆଜି ୨ପର୍ଯ୍ୟାୟ ରିପୋର୍ଟ ! ଚିହ୍ନଟ ହୋଇଛନ୍ତି ୨୦ ହଜାର କ୍ଷୁଦ୍ର ଜମାକାରୀ

57

କନକ ବ୍ୟୁରୋ: ଚିଟଫଣ୍ଡ୍ ଠକେଇ ମାମଲା । ଏହି ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍ ଏମ୍. ଏମ୍ ଦାସ କମିଶନ ଆଜି ସରକାରଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ରିପୋର୍ଟ ଦେବେ । ୨ପର୍ଯ୍ୟାୟରେ ୨୦ହଜାର କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତିି କମିଶନ । ଏବଂ ୬୧ହଜାର ୨୫୨ଟି ସତ୍ୟପାଠର ଯାଂଚ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ୨୦୧୩ ଅଗଷ୍ଟ ୨୨ରୁ ୨୦୧୩ ଅଗଷ୍ଟ ୩୧ ମଧ୍ୟରେ ଏହି ସତ୍ୟପାଠ କମିଶନଙ୍କ ନିକଟରେ ଦାଖଲ ହୋଇଥିଲା ।

ତେବେ କମଶନଙ୍କ ନିକଟରେ ମୋଟ ୮ଲକ୍ଷ ୧୭ ହଜାର ୨୫୩ଟି ସତ୍ୟପାଠ ଦାଖଲ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୨୬ ହଜାର ୯୭୬ଟି ସତ୍ୟପାଠ ଯାଂଚ କରାଯାଇ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇଥିଲା ।୨୦୧୬ ମେ ମାସ ୨୫ ତାରିଖରେ ପ୍ରଥମ ଅନ୍ତରୀଣ ରିପୋର୍ଟ ଦାଖଲ ହୋଇଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ-