ପାଳନ ହୋଇ ନଥିଲା ଏସଓପି ! ଅଭିଯୋଗ ଆଣିଲା ହାବିଳଦାର, କନେଷ୍ଟବଳ ମହାସଂଘ

30

କନକ ବ୍ୟୁରୋ : ସୁଙ୍କି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟଣାରେ ଦେଖା ଦେଇଛି ତୀବ୍ର ଅସନ୍ତୋଷ । ତେବେ ପୁଲିସ କର୍ମଚାରୀଙ୍କ ପାଇଁ ସର୍ବନିମ୍ନ ସୁରକ୍ଷା ବ୍ୟବସ୍ଥା ନଥିଲା । ପୁଣି ଏକା ସାଙ୍ଗରେ ୧୩ଜଣ କର୍ମଚାରୀଙ୍କୁ ମାଓ ପ୍ରବଣ ଅଂଚଳରେ ଗୋଟିଏ ଗାଡିରେ ପଠାଇ ଦିଆଗଲା । ଫଳରେ ମାଓବାଦୀଙ୍କ ସହଜ ଟାର୍ଗେଟର ଶିକାର ହେଲେ ଏହି ପୁଲିସ କର୍ମଚାରୀ । ମାଓବାଦୀ ଅଂଚଳ ପାଇଁ ରହିଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓରକୁ ଗୁରୁତ୍ୱ ନଦେଇ ବରିଷ୍ଠ ଅଧିକାରୀମାନେ ଜାଣିଶୁଣି ସେମାନଙ୍କୁ ମରଣ ମୁହଁକୁ ଠେଲି ଦେଇଛନ୍ତି । ଏଭଳି ଅଭିଯୋଗ ଆଣିଛନ୍ତିି ହାବିଲଦାର କନେଷ୍ଟବଳ ମହାସଂଘ ।

ଅନ୍ୟପଟେ ମାଓ ଆକ୍ରମଣରେ ୮ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହେବା ପରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ଡିଆଇଜି ଏସ୍. ସାଇନି । ମାଓବାଦୀଙ୍କ କାର୍ଯ୍ୟକୁ ନିନ୍ଦା କରିବା ସହ ଏହାର ମୁହଁତୋଡ୍ ଜବାବ ଦିଆଯିବ ବୋଲି ଚେତାଇ ଦେଇଛନ୍ତିି । ଏହା ସହ ପୁଲିସ କର୍ମଚାରୀଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ପରେ ମାନବାଧିକାର କର୍ମୀ କୁଆଡେ ଯାଇଛନ୍ତିି ବୋଲି ପ୍ରଶ୍ନ କରିଛନ୍ତି ସାଇନି ।