ବସରେ ଖଣ୍ଡେ ସିଟ୍ ପାଇଁ… । କୁନି ଛୁଆକୁ ଝରକା ବାଟେ ଗଳାଇ ଦେଲେ ଯାତ୍ରୀ ।

985

ଭାଇଦୁଜ ପାଇଁ ଉତ୍ତର ଭାରତରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ତେବେ ଏହି ଅବସରରେ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକି ଆପଣଙ୍କୁ ମଧ୍ୟ ଭାବିବାକୁ ବାଧ୍ୟ କରିବ । ଉତ୍ତରପ୍ରଦେଶ ବିଜନୋର ଜିଲ୍ଲାରେ ବସରେ ଯିବା ପାଇଁ ଯାତ୍ରୀଙ୍କ ମଧ୍ୟରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା । ଆଉ ବସରେ ଖଣ୍ଡେ ସିଟ ପାଇବା ପାଇଁ ଜଣେ ଯାତ୍ରୀ ନିଜ ଛୁଆର ଜୀବନକୁ ବିପଦକୁ ଠେଲିଦେଇଥିଲେ ।

ମିଳିଥିବା ସୂଚନା ମୁତାବକ ଭାଇଦୁଜ ପାଇଁ ବିଜନୋରର ବସଷ୍ଟପରେ ବହୁ ସଂଖ୍ୟାରେ ଯାତ୍ରୀ ରୁଣ୍ଡ ହୋଇଥିଲେ । ଏହି ସମୟରେ ବସ ଆସିବା ମାତ୍ରେ ଜଣେ ଯାତ୍ରୀ ଭିଡକୁ ଦେଖି ସିଟ ଖଣ୍ଡେ ପାଇବା ପାଇଁ ନିଜ ଛୁଆକୁ ବସର ଝରକା ବାଟେ ବସ ଭିତରକୁ ଗଳେଇଥିଲେ ।

କିନ୍ତୁ ଝରକା ବାଟେ ଶିଶୁଟିର ଶରୀର ପଶିଯାଇଥିବାବେଳେ ମୁଣ୍ଡ ଅଟକି ଯାଇଥିଲା । ପରେ ଅନ୍ୟ ଯାତ୍ରୀମାନେ ଶିଶୁଟିକୁ ଉଦ୍ଧାର କରିଥିଲେ । ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବାବେଳେ ଆଉ କିଛି ସମୟ ଫସିରହିଥିଲେ ପିଲାଟି ଶ୍ୱାସରୁଦ୍ଧ ହୋଇଯାଇଥାନ୍ତା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।