ଜୟପାଟଣା ଓ ନର୍ଲାରେ ସାଧାରଣ ସଭାକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ : କହିଲେ, ମାଆ ମାନେ ହେଉଛନ୍ତି ପ୍ରକୃତରେ ବିକାଶର ଡବଲ ଇଂଜିନ୍

112

କନକ ବ୍ୟୁରୋ : କଳାହାଣ୍ଡି ଜୟପାଟଣା ଓ ନର୍ଲାରେ ଜନସଭାକୁ ସମ୍ବୋଧିତ କରିଛନ୍ତି ନବୀନ । ମାଆ ମାନେ ହେଉଛନ୍ତି ପ୍ରକୃତରେ ବିକାଶର ଡବଲ ଇଂଜିନ । ବିଜେଡି ସରକାର ମହିଳାଙ୍କ ଉପରେ ଗୁରୁତ୍ୱ ଦେଇଛି । ସବୁ ଝିଅ ମାଗଣାରେ ପାଠ ପଢିବେ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । କେଜିରୁ କଲେଜ, ମେଡିକାଲ, ଇଂଜିନିୟରିଂ ସବୁ ଝିଅ ମାଗଣାରେ ପାଠ ପଢିବେ  । ମାଆ ମାନଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସହାୟତା ରାଶି ବଢିବ । ୭ ଲକ୍ଷ ବଦଳରେ ୧୦ ଲକ୍ଷକୁ ବୃଦ୍ଧି କରାଯିବ । ସେହିପରି ମିଶନ ଶକ୍ତିରେ ମାଆ ମାନଙ୍କୁ ବାର୍ଷିକ ୫ ହଜାର  କୋଟିର ସରକାରୀ କାମ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । କେବିକେ ଯୋଜନା କାହିଁକି ବନ୍ଦ ହେଲା ନବୀନ ପ୍ରଶ୍ନ କରିଛନ୍ତି । ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଆହ୍ୱାନ  କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି ପ୍ରଥମେ ଭବାନୀପାଟଣାରେ ମାଆ ମାଣିକେଶ୍ୱରୀ ପୀଠରେ ପହଚିଂଥିଲେ ମୁଖ୍ୟମନ୍ତ୍ରୀ । ମାଣିକେଶ୍ୱରୀଙ୍କ ଦର୍ଶନ କରି ନବୀନ ପଟ୍ଟନାୟକ ଆଜିର ପ୍ରଚାର ଆରମ୍ଭ କରିଛନ୍ତିି । ଲୋକଙ୍କ ଭଲ ସମର୍ଥନ ରହିଛି ଓ ବିଜେଡି ଭଲ ରେଜଲ୍ଟ କରିବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ଆଗକୁ କଳାହାଣ୍ଡି ପାଇଁ ବହୁତ କିଛି କରାଯିବ ବୋଲି ସେ କହିଛନ୍ତି ।

ମତାମତ

Your email address will not be published.