ହାଇକୋର୍ଟମାନଙ୍କୁ ପରାମର୍ଶ ଦେଲେ ଭାରତର ପ୍ରଧାନ ବିଚାରପତି ଦୀପକ ମିଶ୍ର ! କହିଲେ ମାମଲା ଗୁଡିକର ବିଚାର ପାଇଁ ପ୍ରସ୍ତୁତ କରନ୍ତୁ ନୂଆ ବ୍ୟବସ୍ଥା

28

କନକ ବ୍ୟୁରୋ: ପଡିରହିଥିବା ସମସ୍ତ ମାମଲାର ତ୍ୱରିତ ବିଚାର ପାଇଁ ସମସ୍ତ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କୁ କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ ଦୀପକ ମିଶ୍ର । ସେ ଲେଖିଥିବା ଚିଠିରେ ଉଲ୍ଲେଖ ରହିଛି ଯେ ମୁଖ୍ୟବିଚାର ପତିମାନେ ଏପରି ଏକ ପ୍ରକ୍ରିୟା ଆରମ୍ଭ କରିବା ଦରକାର ଯାହାଦ୍ୱାରା ବହୁଦିନ ଧରି ବିଚାର ହୋଇପାରୁନଥିବା ମାମଲାର ଶୀଘ୍ର ବିଚାର ହୋଇ ସମାଧାନ ହେବ ।

supreme court

ଯେଉଁ ନ୍ୟାସନାଲ ଡାଟା ଗ୍ରିଡ ୱେବସାଇଟର ତଥ୍ୟ ଅନୁସାରେ ଦେଶର ବିଭିନ୍ନ ତଳ କୋର୍ଟରେ ୨କୋଟି ୭୦ଲକ୍ଷ ମାମଲା ପଡିରହିଛି । ସେଥିମଧ୍ୟରୁ ୮୨ଲକ୍ଷ ସିଭିଲ ଏବଂ ୧ କୋଟି ୮୯ ଲକ୍ଷ କ୍ରିମିନାଲ କେସ ରହିଛି । ପୁରୁଣା ଏବଂ ପ୍ରାଥମିକତା ଭିତିରେ ଏହି ମାମଲାର ବିଚାର ପାଇଁ କହିଛନ୍ତି ପ୍ରଧାନ ବିଚାରପତି । ଦେଶରେ ସର୍ବାଧିକ ଉତର ପ୍ରଦେଶରେ ୬୫ ଲକ୍ଷ ମାମଲା ବିଚାର ନହୋଇ ପଡିରହିଛି । ସେହିପରି ଦେଶର ୨୪ଟି ହାଇକୋର୍ଟରେ ୩୭ ଲକ୍ଷ ମାମଲା ପଡିରହିଛି ।