ଛତିଶଗଡ ନାରାୟଣପୁରରେ ଏନକାଉଂଟର! ୪ ମାଓବାଦୀ ନିହତ,ଜଣେ ଯବାନ ସହିଦ ସୂଚନା

20

କନକ ବ୍ୟୁରୋ : ଛତିଶଗଡରେ ଏନକାଉଂଟର । ନାରାୟଣପୁରରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ମାଓବାଦୀ । ଛତିଶଗଡ ପୁଲିସର ଗୁଳିରେ ୪ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି ।

ମାଓବାଦୀଙ୍କ ଗୁଳିରେ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । ଏବେ ବି ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ନାରାୟଣପୁର ଇର୍ପାନାର ଜଙ୍ଗଲରେ ଏନକାଉଂଟର ଜାରି ରହିଥିବା ସୂଚନା ଦେଇଛି ଛତିଶଗଡ ପୁଲିସ ।