ମହାନଦୀକୁ ନେଇ ନବୀନଙ୍କୁ ଟାର୍ଗେଟ କଲେ ରମଣ ସିଂ! କହିଲେ ଦୁଇ ମୁଖ୍ୟମନ୍ତ୍ରୀ ଗୋଟିଏ ମିନିଟ ବସିଲେ ୩ ମିନିଟରେ ହେବ ସମାଧାନ

31

କନକ ବ୍ୟୁରୋ : ବଲାଙ୍ଗିରରେ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ ମହାନଦୀ ବିବାଦ ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି । କହିଛନ୍ତି ପଂଚାୟତ ନିର୍ବାଚନ ପାଇଁ ମହାନଦୀକୁ ଏକ ପ୍ରସଙ୍ଗ କରାଯାଇଛି । ଛତିଶଗଡ ମହାନଦୀର ୪ ପ୍ରତିଶତ ଜଳ ବ୍ୟବହାର କରୁଥିବା ବେଳେ ଓଡିଶା ୧୩ ପ୍ରତିଶତ ଜଳ ବ୍ୟବହାର କରୁଛି ବୋଲି ରମଣ ସିଂ କହିଛନ୍ତି ।

ରମଣ ସିଂ କହିଛନ୍ତି ଓଡିଶା ସହ ଛତିଶଗଡର ଏକ ଭାବଗତ ସଂପର୍କ ରହିଛି । ଓଡିଶା ଓ ଛତିଶଗଡ ମଧ୍ୟରେ ରହିଛି ହଜାରେ ବର୍ଷର ଆବେଗିକ ସଂପର୍କ । ଓଡିଶା ଓ ଛତିଶଗଡକୁ କିଏ ଅଲଗା କରିପାରିବେ ନାହିଁ । ମହାନଦୀକୁ ନେଇ ୧୦୦ ବର୍ଷ ଯାଏ ବିବାଦ ହେବ ନାହିଁ ବୋଲି କହିଛନ୍ତି ରମଣ ସିଂ ।