ଲକ୍ଷ୍ମୀଦତ୍ତ ହତ୍ୟା ପଛରେ ବିଜେପି ଜିଲ୍ଲା ସଂପାଦକ: ଗଞ୍ଜାମ ଏସପି

49

କନକ ବ୍ୟୁରୋ: ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ ପ୍ରଧାନଙ୍କ ହତ୍ୟାକାଣ୍ଡ ପଛରେ ରାଜନୈତିକ ଲିଙ୍କ୍ । ମଙ୍ଗଳବାର ଦିନ ଏହା ସ୍ପଷ୍ଟ କରିଛନ୍ତି ଗଞ୍ଜାମ ଏସପି ଆଶିଷ୍ ସିଂହ । ବିଜେପି ଜିଲ୍ଲା ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ ଓ ଲକ୍ଷ୍ମୀପୁର ସମିତି ସଭ୍ୟ ପିତୁ ଓରଫ ଏନ. ଦୁର୍ଯ୍ୟୋଧନ ରେଡ୍ଡି ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ଏସପି କହିଛନ୍ତି । ଏହି ୨ ଷଡଯନ୍ତ୍ରକାରୀଙ୍କ ସମେତ ସିସିଟିଭି ଫୁଟେଜରେ ଦେଖାଯାଉଥିବା ଆଉ ଦୁଇ ଜଣ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି । ସେମାନଙ୍କୁ ଧରିବାକୁ ଦୁଇଟି ଟିମ୍ ପକ୍ଷରୁ ତନାଘନା ଜାରି ରହିଛି । ମୁଖ୍ୟ ଷଡଯନ୍ତ୍ରାରୀଙ୍କୁ ଧରାଗଲେ ଘଟଣା ପଛର ଅନେକ ରହସ୍ୟ ପଦାକୁ ଆସିବ ବୋଲି ଏସପି ସୂଚନା ଦେଇଛନ୍ତିି ।

ଗତକାଲି ମୁଖ୍ୟ ଅଭିଯୁକ୍ତ ସମେତ ଆଉ ୫ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ମାମଲାରେ ପୂର୍ବରୁ ୮ଜଣଙ୍କୁ ଗିରଫ କରିଥିଲା ପୁଲିସ । ଗିରଫ ପରେ ଅଭିଯୁକ୍ତମାନଙ୍କୁ ୫ଦିନିଆ ରିମାଣ୍ଡରେ ନେଇଛି ପୋଲିସ୍ । ଏସପି କହିଛନ୍ତି ଏହି ମାମଲାରେ ସମ୍ପୃକ୍ତି ନେଇ ଆଉ ୨ଜଣଙ୍କୁ ଚିହ୍ନଟ କରାଯାଇଛି । ଏବଂ ସେମାନଙ୍କୁ ଖୁବ୍ ଶିଘ୍ର ଧରାଯିବ ବୋଲି ସେ କହିଛନ୍ତି ।

ସୂଚନା ମୁତାବକ, ଗତ ୧୬ ତାରିଖରେ ବିଜେଡି ଯୁବ ନେତା ତଥା ଛତ୍ରପୁର ଏନଏସି କାଉନସିଲର୍ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ପୁଲିସ ରାଜ୍ୟ ଭିତରୁ ଓ ବାହାର ରାଜ୍ୟରୁ ଆଉ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସନ୍ତୋଷ କୁମାର ସେଠୀ, ବନୋଜ ନାହକ, କାଳି ଓରଫ୍ ପ୍ରଶାନ୍ତ କୁମାର ବେହେରା, ଚିକୁ ଓରଫ୍ ଆୟୁଷ୍ମାନ ମହାପାତ୍ର ଏବଂ ସଞ୍ଜୟ କୁମାର ଗୌଡ଼ । ଏହି ୫ ଜଣଙ୍କୁ ମିଶାଇ ଏହି ହାଇ ପ୍ରୋଫାଇଲ୍ ହତ୍ୟା ଘଟଣାରେ ଗିରଫଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି । ଏଥି ସହିତ ଗଞ୍ଜାମ ଏସପି ଆଶିଷ ସିଂହ ଏହି ହତ୍ୟାକାଣ୍ଡ ପଛରେ ରାଜନୈତିକ ଲିଙ୍କ୍ ଥିବା ସ୍ପଷ୍ଟ କରିଛନ୍ତି ।

ବିଜେପି ଜିଲ୍ଳା ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ ଓ ଲକ୍ଷ୍ମୀପୁର ସମିତି ସଭ୍ୟ ପିତୁ ଓରଫ୍ ଏନ.ଦୁର୍ୟ୍ୟୋଧନ ରେଡ୍ଡି ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଏସପି କହିଛନ୍ତି । ଏହି ଦୁଇ ଷଡ଼ଯନ୍ତ୍ରକାରୀଙ୍କ ସମେତ ସିସିଟିଭି ଫୁଟେଜରେ ଦେଖାଯାଉଥିବା ଆକ୍ରମଣକାରୀ ଛୋଟୁ ସେଠୀ ଏବଂ ଘଟଣାସ୍ଥଳରେ ଉପସ୍ଥିତ କଣା ପିଣ୍ଟୁ ଓରଫ୍ ପ୍ରମୋଦ ଓ ଭାସ୍କର ବେହେରା ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି । ସେମାନଙ୍କୁ ଧରିବାକୁ ଦୁଇଟି ଟିମ୍ ପକ୍ଷରୁ ତନାଘନା ଜାରି ରହିଛି । ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ଧରାଗଲେ ଘଟଣା ପଛର ଅନେକ ରହସ୍ୟ ପଦାକୁ ଆସିବ ବୋଲି ଏସପି ସୂଚନା ଦେଇଛନ୍ତି । ଆକ୍ରମଣର ନେତୃତ୍ୱ ସନ୍ତୋଷ ନେଇଥିବା ତଦନ୍ତରୁ ଜଣାପଡ଼ିଛି ଏବଂ ପୁଲିସ ପାଖରେ ଯଥେଷ୍ଟ ପ୍ରମାଣ ରହିଛି ବାଲି ଏସପି ଗତକାଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ତେବେ ପୂର୍ବ ଶତ୍ରୁତା, ରାଜନୈତିକ ବିବାଦ ପାଇଁ ଲକ୍ଷ୍ମୀଦତ୍ତଙ୍କୁ ହତ୍ୟା କରିବାକୁ ଯୋଜନା କରାଯାଇଥିଲା । ଏଥିପାଇଁ ପୂର୍ବରୁ ଦୁଇ ତିନି ଥର ଉଦ୍ୟମ ବି ହୋଇଥିଲା । ଗତ ୧୬ ତାରିଖରେ ଏହି ଯୋଜନାକୁ ରୂପ ଦେବାରେ ଅଭିଯୁକ୍ତମାନେ ସଫଳ ହୋଇଥିଲେ । ଉକ୍ତ ଦିନ ସମିତି ସଭ୍ୟ ପିତୁ ଓରଫ୍ ଦୁର୍ୟ୍ୟୋଧନଙ୍କ ଘରେ ଯୋଜନାର ବ୍ଲୁପ୍ରିଣ୍ଟ୍ ତିଆରି କରା ଯାଇଥିଲା । ଯୋଜନା ଅନୁସାରେ ଲକ୍ଷ୍ମୀଦତ୍ତଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଥିଲା। ଘଟଣା ପରେ ଅପରାଧୀଙ୍କ ପାଇଁ ଅର୍ଥ ଯୋଗାଡ଼, ରାଜ୍ୟ ବାହାରକୁ ଫେରାର୍ କରାଇବାରେ ପିତୁ ଓ ବିଜେପି ଜିଲ୍ଲା ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହାର ଯଥେଷ୍ଟ ପ୍ରମାଣ ମଧ୍ୟ ପୁଲିସ ହାତରେ ଲାଗିଛି ବୋଲି ଏସପି ଗଣମାଧ୍ୟମକୁ କହିଛନ୍ତି ।