ଓଲିଉଡରେ ଇତିହାସ ! ପ୍ରଥମ ଥର ଏକାଠି ଅଭିନୟ କରୁଛନ୍ତି ବର୍ଷା ଓ ଅର୍ଚ୍ଚିତା

111

ପ୍ରଥମ ଥର ଗୋଟିଏ ଫିଲ୍ମରେ ଏକାଠି ନଜର ଆସୁଛନ୍ତି ଓଲିଉଡର ଦୁଇ ହିଟ୍ ନାୟିକା ଅର୍ଚ୍ଚିତା ଓ ବର୍ଷା ପ୍ରିୟଦର୍ଶିନୀ । ମଞ୍ଜରୀ ମୁଭିଜର ଆଗାମୀ ଫିଲ୍ମ ‘ଛାତି ତଳେ ଡିଂ ଡଙ୍ଗ୍’ ରେ ଏକାଠି ସ୍କ୍ରିନ୍ ସେୟାର୍ କରୁଛନ୍ତି ଏହି ଚୁଲବୁଲି ନାୟିକା । ଫିଲ୍ମର ମେଲ୍ ଲିଡରେ ଅଛନ୍ତି ସବ୍ୟସାଚୀ । ଏହା ସହ ଫିଲ୍ମରେ ଦେଖିବାକୁ ମିଳିବ ବଲିଉଡର ନଟି ବୟ ଶକ୍ତି କପୁରଙ୍କୁ । ଯାହା ଦର୍ଶକଙ୍କୁ ଦେବ ଡବଲ ମଜାର ଖୋରାକ । ଫିଲ୍ମର ସୁଟିଂ ଜୋର ସୋରରେ ଆଗେଇ ଚାଲିଛି । ତେବେ ଶକ୍ତିଙ୍କ ସହ ଅଭିନୟ କରୁଥିବାରୁ ବହୁତ ଉତ୍ସାହିତ ଅଛି ପୁରା ଟିମ୍। ଦଶହରାରେ ରିଲିଜ ହେବ ଏହି ଫିଲ୍ମ ।

ଶୁଣନ୍ତୁ ଏହି ଫିଲ୍ମର ଟାଇଟେଲ୍ ଟ୍ରାକର ଷ୍ଟୁଡିଓ ଭର୍ସନ :