ଖୋର୍ଦ୍ଧାରେ ଶବ ସତ୍କାରକୁ ନେଇ ବିବାଦ : ରାସ୍ତା ଉପରେ ମୃତଦେହ ରଖି ଗ୍ରାମବାସୀଙ୍କ ଆନ୍ଦୋଳନ

40

ଖୋର୍ଦ୍ଧା : ଖୋର୍ଦ୍ଧା ନିରାକାରପୁର କଲେଜ ଛକ ମଶାଣୀରେ ଶବ ପୋଡାକୁ ନେଇ ବିବାଦ ଦେଖାଦେଇଛି । ନୂଆ ଜଗନ୍ନାଥ ସଡକ ଉପରେ ଶବ ରଖି ପୋଡିବାକୁ ପ୍ରୟାସ କରିଛନ୍ତି ଗ୍ରାମବାସୀ । ରାସ୍ତା ଅବରୋଧ ହୋଇଥିବା ଯୋଗୁଁ ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ଯାନବାହାନ ଅଟକି ରହିଛି । ଟାଙ୍ଗି ତହସିଲଦାର ଓ ନିରାକାର ପୁଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

ପୂର୍ବରୁ ଯେଉଁ ଜାଗାରେ ଶବ ପୋଡା ଯାଉଥିଲା ସେହି ଜାଗା ଗାଁର ଜଣେ ବ୍ୟକ୍ତି ନିଜର ଜାଗା ବୋଲି ଦାବି କରିବା ପରେ ବିବାଦ ଉପୁଜିଥିଲା । ସେହି ସମୟରେ ମଧ୍ୟ ପୋଲିସ ଓ ତହସିଲଦାର ଘଟଣାସ୍ଥଳରେ ପହଂଚି ସମସ୍ୟା ସମାଧାନ ପାଇଁ ପ୍ରୟାସ କରିଥିଲେ । କିନ୍ତୁ ଏହା ଫଳପ୍ରଦ ହୋଇନଥିଲା ।

ଆଜି ଗାଁରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ମଶାଣୀକୁ ଶବ ପୋଡିବା ପାଇଁ ନିଆଯାଇଥିବା ବେଳେ ସମ୍ପୃକ୍ତ ବ୍ୟକ୍ତି ଜଣକ ନିଜ ଜାଗା ବୋଲି ଦାବି କରିବା ସହ ଶବ ପୋଡିବାକୁ ଅନୁମତି ଦେଇନଥିଲେ । ଏହାକୁ ନେଇ ବିବାଦ ଦେଖାଦେଇଛି ।