ବଢୁଛି ଖୁଚୁରା ସଂକଟ : ସମାଧାନ ପାଇଁ ଆଜି ଆରବିଆଇ ସହ ସରକାରଙ୍କ ବୈଠକ

29

କନକ ବ୍ୟୁରୋ : ୫୦୦, ୧୦୦୦ ଟଙ୍କିଆ ନୋଟ ଅଚଳ ହେବା ପରେ ଆଜି ଏଟିଏମ ଖୋଲିବାର ଦ୍ୱିତୀୟ ଦିନରେ କାଉଁଟର ଆଗରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଆଜି ଭୋରରୁ ଲୋକେ ଏଟିଏମ ଆଗରେ ଲମ୍ବାଲାଇନ ଲଗାଇଛନ୍ତି । ସମୟ ବଢିବା ସହ ଆହୁରି ଭିଡ ବଢିବା ସମ୍ଭାବନା ରହିଛି । ଏଟିଏମରେ ଦିନକୁ ସର୍ବାଧିକ ୨୦୦୦ ଟଙ୍କା ଉଠାଇ ହେଉଛି । ବ୍ୟାଙ୍କ ଆଗରେ ପ୍ରବଳ ଭିଡ ହୋଇଛି ।

ସାରା ଦେଶରେ ଖୁଚୁରା ସଂକଟ ବଢିବାରେ ଲାଗିଛି । ନୂଆ ୫୦୦ଟଙ୍କା ଏପର୍ଯ୍ୟନ୍ତ ବଜାରକୁ ଆସିନାହିଁ । ସେପଟେ ବ୍ୟାଙ୍କ ଯେଉଁ ନୂଆ ୨୦୦୦ ଟଙ୍କିଆ ନୋଟ ଗ୍ରାହକଙ୍କୁ ଦେଉଛନ୍ତି, ତାହାକୁ ବଜାରରେ ଖୁଚୁରା କରିବା କାଠିକର ପାଠ ହେଉଛି । ଫଳରେ ଦୈନନ୍ଦିନ ଜୀବନ ଯାତ୍ରା ପ୍ରଭାବିତ ହେଉଛି ।

ସେହିପରି ଏଟିଏମ ଗୁଡକରେ ମଧ୍ୟ କିଛି ସମୟ ମଧ୍ୟରେ ଟଙ୍କା ସରି ଯାଉଥିବା ଅଭିଯୋଗ ହେଉଛି । ଅନେକ ଲୋକ ଟଙ୍କା ନଉଠାଇ ପାରି ହତାଶ ହୋଇ ଫେରୁଛନ୍ତି । ଏହି ସମସ୍ୟା ଉକ୍ରଟ ହେଉଥିବାରୁ ଆବିଆଇ ଓ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ମଧ୍ୟରେ ଆଜି ଏ ନେଇ ବୈଠକ ବସୁଛି । କିପରି ବଜାର ସ୍ୱାଭାବିକ ହେବ ଏବଂ ଲୋକଙ୍କ ନେଣ ଦେଣ କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ, ଏ ସଂପର୍କରେ ଆଲୋଚନା ହେବ ।