ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟ ଭଳି ପୁରୀରେ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ପାଇଁ ପ୍ରସ୍ତାବ ! ସେବାୟତଙ୍କ ମାର୍ଗ ଦର୍ଶନରେ ହେବ ସହାୟକ ।

93

କନକ ବ୍ୟୁରୋ : ଅନେକ ବିବାଦୀୟ ଘଟଣା ଭିତରେ ଶ୍ରୀକ୍ଷେତ୍ରରୁ ଆସିଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ପୁରୀରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବୀକୁ ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବୀ କରାଯାଇଛି । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଢ଼ାଂଚାରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଗଲେ ବହୁ ବିଦ୍ୟାର୍ଥୀ ବିଭିନ୍ନ ବିଷୟରେ ଶିକ୍ଷା ଲାଭ କରିପାରିବେ । ମିସନ ଫର ସେଂଟ୍ରାଲ ୟୁନିଭରସିଟି ପକ୍ଷରୁ ଏହା କୁହାଯାଇଛି ।

ପୁରୀ ଦେଶର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଏବଂ ଏଠାରେ ଆବଶ୍ୟକୀୟ ଭିତ୍ତିଭୂମି ରହିଥିବାରୁ  ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାରେ କୌଣସି ବାଧା ଉପୁଜିବ ନାହିଁ । ପୁରୀକୁ ପୁର୍ବ ଭାରତର କାଶୀ କୁହାଯାଉଥିବା ବେଳେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଲେ ଏହାକୁ ଆନ୍ତର୍ଜାତୀୟ ସ୍ୱୀକୃତି ମଳିପାରିବ ବୋଲି ମିସନ ଫର ସେଂଟ୍ରାଲ ୟୁନିଭରସିଟି ସଂଯୋଜକ କହିଛନ୍ତି । ୨୦୧୩ ମସିହାରୁ ଏହି ଦାବିକୁ ନେଇ ବିଭିନ୍ନ ସମୟରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।