ଆସନ୍ତା ସପ୍ତାହରେ ଓଡିଶା ଆସିବେ କେନ୍ଦ୍ରୀୟ ଟିମ୍ । ତିତଲି କ୍ଷୟକ୍ଷତିର କରିବେ ଆକଳନ। ସୂଚନା ଦେଲେ ଏସଆରସି

39

କନକ ବ୍ୟୁରୋ: ତିତଲି ସମୀକ୍ଷା ନେଇ ଆସନ୍ତା ସପ୍ତାହରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍ । ତିତଲି କ୍ଷୟକ୍ଷତି ଆକଳନ ପାଇଁ ଟିମ୍ ଓଡ଼ିଶା ଆସୁଥିବା ଜଣାପଡ଼ିଛି । ତିତଲି ସମୀକ୍ଷା ନେଇ ବୈଠକ ପରେ ଏସଆରସି ବିଷ୍ଣୁପଦ ସେଠୀ ଏହି ସୂଚନା ଦେଇଛନ୍ତି । ତିତଲି ପ୍ରଭାବିତ ଜିଲ୍ଲା ଗଂଜାମ ପାଇଁ ୫୦ କୋଟି ଓ ଗଜପତି ପାଇଁ ୧୪ କୋଟି ଦିଆଯାଇଥିବା ସେ କହିଛନ୍ତି । ଏବେ ତିତଲି ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ସ୍ଥିତି ସ୍ୱାଭାବିକ ହୋଇଥିବା ଏସଆରସି ସୂଚନା ଦେଇଛନ୍ତି ।

ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ତିତଲି ରିଲିଫ ଓ ପୁନରୁଦ୍ଧାର ନେଇ ପୁଣି ସମୀକ୍ଷା କରିଛନ୍ତି । ରିଲିଫ ଟଙ୍କା ସିଧାସଳଖ ପ୍ରଭାବିତଙ୍କ ବ୍ୟାଙ୍କ ଖାତାକୁ ଯିବ । ଅଙ୍ଗନବାଡି କର୍ମୀଙ୍କୁ ବ୍ୟାଙ୍କ ତଥ୍ୟ ସଂଗ୍ରହ କରିବାକୁ ପରାମର୍ଶ ନିର୍ଦ୍ଦେଶ ଦିଆଯାଇଥିବା ବୈଠକ ପରେ ଏସ୍ଆର୍ସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।

ଗଂଜାମ ଓ ଗଜପତି ଅଂଚଳରେ ହୋଇଥିବା କ୍ଷୟକ୍ଷତି ପରେ ରିଲିଫ ବଂଟନ ଓ ପୁନରୁଦ୍ଧାର ନେଇ ଭିଡିଓ କନଫରେନ୍ସି ଜରିଆରେ ଶ୍ରୀ ପାଢି ପ୍ରଭାବିତ ଅଂଚଳର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି । ଆସନ୍ତା ସପ୍ତାହରେ କେନ୍ଦ୍ରୀୟ ଟିମ ପ୍ରଭାବିତ ଅଂଚଳ ପରିଦର୍ଶନ ପାଇଁ ଆସିବା ନେଇ ସୂଚନା ଦେଇଛନ୍ତି ଏସଆରସି । ଗଜପତିରେ ୧୦କୋଟି ଓ ଗଂଜାମ ଜିଲ୍ଲାକୁ ୬୦ କୋଟି ଟଙ୍କାର ରିଲିଫ ସହାୟତା ଦିଆଯାଇଛି । ତିତଲି ବନ୍ୟାରେ ପ୍ରାୟ ୮.୪ ଲକ୍ଷ ବିଦ୍ୟୁତ ଗ୍ରାହକ ପ୍ରଭାବିତ ହୋଇଛନ୍ତି । ଆଉ ୧୪ ହଜାର ଗ୍ରାହକଙ୍କୁ ବିଦ୍ୟୁତ ଯୋଗାଇ ଦିଆଯିବା ନେଇ ସେ ସୂଚନା ଦେଇଛନ୍ତି । ଏହା ସହିତ ଗଜପତି ଜିଲ୍ଲାବାସୀ ବିଶେଷ କରି କାଜୁ ଚାଷ ଉପରେ ନିର୍ଭର କରନ୍ତି । ତେଣୁ ପ୍ରତ୍ୟେକ କାଜୁ ଚାଷୀଙ୍କୁ ଏକର ପ୍ରତି ୧୮ ହଜାର ଟଙ୍କା ଦିଆଯିବ । ସମସ୍ତ କ୍ଷତି ପୂରଣ ଟଙ୍କା ସିଧାସଳଖ ବ୍ୟାଙ୍କ ଖାତାକୁ ଯିବ ।