ସାବଧାନ ! ଅସଦାଚରଣ ଓ ଲୁଟ କରିବା ପଡିବ ମହଙ୍ଗା : ମହିଳାଙ୍କ ସୁରକ୍ଷା ପାଇଁ ସରକାରଙ୍କ ନୂଆ ଯୋଜନା, ଏଣିକି ଟ୍ରେନରେ ମହିଳାଙ୍କ ପାଇଁ ସିସିଟିଭି ସାଜିବ ଜଗୁଆଳୀ

30

ଟ୍ରେନଗୁଡିକରେ ମହିଳାଙ୍କ ସୁରକ୍ଷା ପାଇଁ ବଡ ପରିବର୍ତ୍ତନ କରିବାକୁ ଯାଉଛି ରେଳବାଇ । ଏହା ଅଧିନରେ ମହିଳାଙ୍କ କୋଚରେ ସୁରକ୍ଷା ଦୃଷ୍ଟିରୁ ସିସିଟିଭି କ୍ୟାମେରା ଲଗାଯିବ ଏବଂ ଏହା ମଧ୍ୟରୁ କିଛି ଲାଇଭ କନେକ୍ଟେଡ ହେବ । ଏହା ବ୍ୟତୀତ ମହିଳାଙ୍କ ହାତରେ ଯାତ୍ରା ସମୟରେ ‘ପେନିକ ବଟନ’ ରହିବ । ଏମିତିରେ ମହିଳାଙ୍କ ବିପଦ ସମୟରେ ଟ୍ରେନର ଡ୍ରାଇଭର, ଗାର୍ଡ ଠାରୁ ଆରମ୍ଭ କରି ସୁରକ୍ଷା କର୍ମୀଙ୍କୁ ବି ବିପଦର ସୂଚନା ମିଳିଯିବ । ଏହି ମେସେଜ ମିଳିବାର କିଛି ମିନିଟ ପରେ ସୁରକ୍ଷା ଟିମ ମହିଳା କୋଚରେ ପହଂଚି ତାଙ୍କ କାମ ଆରମ୍ଭ କରିଦେବେ । ଏହା ସହିତ ଦୀର୍ଘ ଯାତ୍ରା ପାଇଁ ଥିବା ଟ୍ରେନଗୁଡିକରେ ମହିଳା ଷ୍ଟାଫଙ୍କୁ ବି ରଖାଯିବ । ପୂର୍ବତଟ ରେଳବାଇର ମୁଖ୍ୟ ଜନ ସଂପର୍କ ଅଧିକାରୀ ସଂଜୟ ଯାଦବଙ୍କ କହିବାନୁସାରେ, ରେଳବାଇ ବୋର୍ଡ ଏହି ବାବଦରେ ପୂର୍ବତଟ ରେଳବାଇର ମହାପ୍ରବନ୍ଧକଙ୍କୁ ଚିଠି ପଠାଇଛନ୍ତି । ଯେଉଁଥିରେ ତୁରନ୍ତ ଏହାକୁ ଲାଗୁ କରିବା ପାଇଁ ଆଦେଶ ଦିଆଯାଇଛି । ଏହି ନୂଆ ବ୍ୟବସ୍ଥା ଲାଗୁ ହେବା ପରେ ଟ୍ରେନରେ ଯାତ୍ରା କରୁଥିବା ମହିଳା ପୂର୍ବ ଅପେକ୍ଷା ବେଶି ସୁରକ୍ଷିତ ଅନୁଭବ କରିବେ ।

ମହିଳା ଯାତ୍ରୀଙ୍କୁ ନେଇ ଖାସ ପ୍ଲାନ : ରେଳବାଇ ମହିଳା କୋଚରେ ଯାତ୍ରା କରୁଥିବା ସମସ୍ତ ମହିଳାଙ୍କ ସୁରକ୍ଷାକୁ ନେଇ ଖାସ ପ୍ଲାନ ପ୍ରସ୍ତୁତ କରିଛନ୍ତି । ମହିଳା କୋଚର ପ୍ରତି ଦୁଇଟି ସିଟ ମଧ୍ୟରେ ଗୋଟିଏ ପେନିକ ବଟନ ଲଗାଯିବ । ଏହି ପେନିକ ବଟନକୁ ଦବାଇବା ଦ୍ୱାରା ଏହି ଫାଇଦା ମିଳିବ କି ଯେଉଁ ଷ୍ଟେସନରେ ଟ୍ରେନ ରହିବ, ପ୍ଲାଟଫର୍ମରେ ଥିବା ସୁରକ୍ଷାବଳ ଗତିଶୀଳ ହୋଇଯିବେ । ଟ୍ରେନରେ ଥିବା ଏସ୍କର୍ଟ ଟିମ ବି ସୂଚନା ପାଇ ମହିଳା ବଗିରେ ପହଂଚି ଯିବେ । ଚୋର, ଲୁଟେରା ଏବଂ ଅଭଦ୍ର ଯାତ୍ରୀ ଏହାର ଟେର ବି ପାଇପାରିବେନି ।

ସୁରକ୍ଷା ଆପର ପ୍ରସ୍ତୁତି : ସଂଜୟ ଯାଦବଙ୍କ ମୁତାବକ ଭାରତୀୟ ରେଳବାଇ ଏକ ସୁରକ୍ଷା ଆପ ବି ପ୍ରସ୍ତୁତ କରୁଛନ୍ତି । ଏହା ଜରିଆରେ ମହିଳା ଏବଂ ଶିଶୁ ରେଳଯାତ୍ରା ସମୟରେ ସହାୟତା ପ୍ରାପ୍ତ କରିପାରିବେ । ଏହି ଆପରେ ସୁରକ୍ଷା ସହିତ ଅନ୍ୟ କିଛି ଜରୁରୀ ଫିଚର ବି ରହିବ । ଯାହାର ଖୁଲାସା ଆପ ପ୍ରସ୍ତୁତ ହୋଇଗଲା ପରେ କରାଯିବ । ଏହି ନୂଆ ବ୍ୟବସ୍ଥା ଆରମ୍ଭ ହେବା ପରେ ମହିଳା ଯାତ୍ରୀଙ୍କ ଯାତ୍ରା ସୁରକ୍ଷିତ ହୋଇପାରିବ ।