କନକ ବ୍ୟୁରୋ: ଫୁଲବାଣୀ ଖଜୁରୀପଡ଼ା ଥାନା ଅଂଚଳରେ ନାବାଳିକାଙ୍କୁୁ ଗଣଦୁଷ୍କର୍ମ ଅଭିଯୋଗ । ଘରକୁ ଫେରୁଥିବା ବେଳେ ନାବାଳିକାଙ୍କୁ ରାସ୍ତାରୁ ଅଟୋରେ ଉଠାଇ ନେଇ ଦୁଷ୍କର୍ମ ଅଭିଯୋଗ । ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୁଲିସ୍ ।

Advertisment

publive-image

ସୂଚନା ଅନୁସାରେ, ଫୁଲବାଣୀ ଖଜୁରୀପଡ଼ା ଥାନା ଅଞ୍ଚଳର ଜଣେ ଯୁବତୀ ଫୁଲବାଣୀକୁ ଯାତ୍ରା ଦେଖି ଫେରୁଥିବା ବେଳେ ୪ ଜଣ ଯୁବକ ଅଟୋରେ ଗୁଡ଼ାରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପଛପଟକୁ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଯୁବତୀଙ୍କୁ ମାରଣାସ୍ତ୍ର ଦେଖାଇ ଜଣକ ପରେ ଜଣେ ଅଭିଯୁକ୍ତ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ କରିବା ପରେ ସେମାନେ ଯୁବତୀଙ୍କୁ ସେହି ସ୍ଥାନରେ ଛାଡ଼ି ଚାଲି ଯାଇଥିଲେ।

publive-image

ପରେ କୌଣସି ମତେ ଯୁବତୀ ଜଣକ ଘରେ ପହଞ୍ଚି ଏ ସମ୍ପର୍କରେ ଜଣାଇଥିଲେ। ପରିବାର ଲୋକଙ୍କ ସହିତ ଆସି ଯୁବତୀଜଣକ ଖଜୁରିପଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଶ୍ରୀକାନ୍ତ ବେହେରା(୩୦ ବର୍ଷ),ବାଦଲ ଦିଗାଲ(୨୧ ବର୍ଷ) ,ଜିତୁ ଦିଗାଲ(୧୮ ବର୍ଷ) ଅନ୍ୟ ଜଣେ ୧୬ ବର୍ଷର ନାବାଳକଙ୍କୁ ଏହି ଗଣ ଦୁଷ୍କର୍ମ ମାମଲାରେ ଗିରଫ କରିଛି।