ନେତାଙ୍କ ଘରେ ସିବିଆଇ ରେଡ୍ ନେଇ ବିଦ୍ରୋହ କଲା ବିଜେଡି : ସିିବିଆଇ ଅଫିସ ଆଗରେ ଦଳର ଯୁବ ଓ ଛାତ୍ର ସଂଗଠନର ବିକ୍ଷୋଭ

47

କନକ ବ୍ୟୁରୋ : ବିଜେଡି ସାଂସଦ, ବିଜେଡି ବିଧାୟକ ଓ ନବୀନ ନିବାସ କର୍ମଚାରୀ ସରୋଜ ସାହୁଙ୍କ ଘରେ ସିବିଆଇ ରେଡ୍ ପରେ ଚିହିଁକି ଉଠିଛି ବିଜେଡି । ଦଳ ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ପଂଚାୟତ ନିର୍ବାଚନ ପୂର୍ବରୁ ସିବିଆଇକୁ ଏକ ପଲିଟିକାଲ୍ ଟୁଲ୍ ଭାବେ ବ୍ୟବହାର କରିଛି ବିଜେପି । ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ନେତାଙ୍କ ଘରେ ଏହି ରେଡ୍ କରାଯାଇଛି ବୋଲି ପ୍ରତାପ କହିଛନ୍ତି ।

ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା, କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ଓ ନବୀନ ନିବାସ କର୍ମଚାରୀ ସରୋଜ୍ ସାହୁଙ୍କ ଘରେ ସିବିଆଇ ରେଡ୍ ପରେ ଆକ୍ସନ ମୋଡରେ ଆସିଛି ବିଜେଡି ଛାତ୍ର ଓ ଯୁବ ସଂଗଠନ ।

କର୍ମୀମାନେ ସିବିଆଇ ଅଫିସ ଆଗରେ ବିକ୍ଷୋଭ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହା ପଛରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତ ଥିବା ନେଇ କର୍ମୀ ଅଭିଯୋଗ କରିବା ସହ ସେମାନେ କେନ୍ଦ୍ରମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିଛନ୍ତି ।