ସରିଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା : ମୁକ୍ତାକାଶ ରଙ୍ଗମଂଚରେ ମଂଚସ୍ଥ ହେଲା ନାଟକ କଂସବଧ

94

ବରଗଡ : କଂସବଧ ସହ ଶେଷ ହୋଇଛି ବରଗଡରେ ଐତିହାସିକ ଧନୁଯାତ୍ରା । ଏଥିସହିତ ଦ୍ୱାପର ଯୁଗର ପରିକଳ୍ପିତ ମଥୁରାନଗରୀ ପୁଣି ଥରେ ଆଧୁନିକ ବରଗଡ ସହରରେ ରୁପାନ୍ତରିତ ହୋଇଛି । ମାମୁଁ କଂସଙ୍କ ଠାରୁ ନିମନ୍ତ୍ରଣ ପାଇ କୃଷ୍ଣ ବଳରାମ ମଥୁରାନଗରୀ ଭ୍ରମଣ କରିଥିଲେ ।

ଯାତ୍ରାର ଅନ୍ତିମ ଦିବସରେ କୃଷ୍ଣ କୁବଳୟା ହସ୍ତୀକୁ ବଧ କରିଥିଲେ । ଏହାସହ ଶିବଧନୁକୁ ଭାଂଗିବା ସହ ମହାରାଜ କଂସଙ୍କୁ ବଧ କରିଥିଲେ । ଏହାପରେ ଅଜା ଉଗ୍ରସେନଙ୍କୁ ପାଛୋଟି ନେଇ ପୁଣିଥରେ ମଥୁରା ସିଂହାସନରେ ବସାଇଥିଲେ । କଂସବଧ ଦୃଶ୍ୟ ଅଭିନୀତ ହେବା ପୁର୍ବରୁ ବରଗଡ ଜିଲ୍ଲାପାଳ ଓ ଏସପି ହାଜର ହୋଇଥିଲେ । ଆଗାମୀ ବର୍ଷ ଧନୁଯାତ୍ରାକୁ ଅଧିକ ପରିବ୍ୟାପ୍ତ କରିବାପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ଚଳିତ ବର୍ଷର ଧନୁଯାତ୍ରାର ଶେଷଦିନ ବହୁତ ଲୋକଙ୍କ ସମାଗମ ହୋଇଥିଲା ।

ଦେଖନ୍ତୁ ଏହି ଭିଡିଓ –