ମନ୍ତ୍ରୀ ସଂଜୟ ଦାସ ବର୍ମାଙ୍କ ଶଳାଙ୍କୁ ସିବିଆଇର ୫ଘଂଟା ମାରାଥନ୍ ଜେରା

29

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅର୍ଥତତ୍ୱ ଚିଟଫଣ୍ଡ ସଂସ୍ଥା ସହ ଟଂକା କାରବାର ନେଇ ସିବିଆଇରେ ହାଜର ହେଲେ ମନ୍ତ୍ରୀ ସଂଜୟ ଦାଶବର୍ମାଙ୍କ ଶଳା ସତ୍ୟପ୍ରିୟ ଜୟସିଂହ। ସିବିଆଇ ଆଜି ତାଙ୍କୁ ଜେରା କରିଛି। ଦୀର୍ଘ ୫ ଘଂଟା କାଳ ସତ୍ୟପ୍ରିୟଙ୍କ ଟିମ ମିଡିଆ ଆଣ୍ଡ ହସ୍ପିଟାଲିଟି ପ୍ରାଇଭେଟ୍ ଲିମିଟେଡର ଅର୍ଥତତ୍ୱ ସହ କଣ ସଂପର୍କ ରହିଛି, ସେ ସଂପର୍କରେ ଜାଣିବା ପାଇଁ ଚାହିଁଛି ତଦନ୍ତକାରୀ ଟିମ୍ ।

କୁହାଯାଉଛି ୨୦୧୨ରୁ ୨୦୧୪ ମଧ୍ୟରେ ଅର୍ଥତତ୍ୱ ଠାରୁ ଏହି କମ୍ପାନୀ ପ୍ରାୟ ଅଢେଇ କୋଟି ଟଙ୍କା ନେଇଛି। ଏପ୍ରିଲ ୦୧,  ୨୦୧୨ ପରଠାରୁ ଟିମ ମିଡିଆର ମାଲିକ ରହିଛନ୍ତି ସତ୍ୟପ୍ରିୟ ଜୟସିଂହ । ମାଲିକାନା ଥିବାରୁ ସତ୍ୟପ୍ରିୟ ସିବିଆଇ ଜେରାର ସମ୍ମୁଖୀନ ହୋଇଛନ୍ତି । ଆଉ ଏସଂପର୍କିତ ସମସ୍ତ ତଥ୍ୟ ସେ ସିବିଆଇକୁ ଦେଇଛନ୍ତି ।

ହେଲେ ସବୁଠାରୁ ବଡକଥା ହେଉଛି ୨୬ ଅକ୍ଟୋବର ୨୦୦୫ ମସିହାରୁ ମନ୍ତ୍ରୀ ସଂଜୟ ଦାଶବର୍ମାଙ୍କ ପତ୍ନୀ ଶୈଳବାଳା ଦାଶବର୍ମା ରହିଛନ୍ତି ୬୬ ପ୍ରତିଶତ ସେୟାର ହୋଲଡର । ଯାହା ମନ୍ତ୍ରୀ ଦାଶବର୍ମା ନିଜ ନିର୍ବାଚନୀ ସତ୍ୟ ପାଠରେ ଉଲ୍ଲେଖ କରିଛନ୍ତି । ସତ୍ୟପ୍ରିୟ ଓ ପ୍ରଦୀପ ସେଠୀ ଭିତରେ କେମିତି ତିଆରି ହୋଇଥିଲା ସଂପର୍କ। କାହିଁକି ପ୍ରଦୀପ ସତ୍ୟପ୍ରିୟଙ୍କ କମ୍ପାନୀରେ ଲଗାଇଥିଲେ କୋଟି କୋଟି ଟଙ୍କା । ସତ୍ୟପ୍ରିୟଙ୍କ ମାଲାକାନା ନା ମନ୍ତ୍ରୀଙ୍କ ପତ୍ନୀଙ୍କ ସେୟାର ଯୋଗୁ ଠକ ସଂସ୍ଥା ଏଥିରେ କୋଟି କୋଟି ଟଙ୍କା ବିନିଯୋଗ କରିଥିଲା । ଏଭଳି ପ୍ରଶ୍ନର ଉତ୍ତର ଖୋଜୁଛି ସିବିଆଇ।