ରଥଯାତ୍ରା ନୀତି ଚୂଡାନ୍ତ ! ଆଜି ପୁରୀରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବାଜିବ ମୋହର

26

କନକ ବ୍ୟୁରୋ : ରଥଯାତ୍ରା ନୀତିନିର୍ଘଂଟ ଉପରେ ଚୂଡାନ୍ତ ମୋହର ମାରିବାକୁ ଆଜି ପୁରୀରେ ଶ୍ରୀମନ୍ଦିର ପରିଚାଳନା ବୈଠକ ବସୁଛି । ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପି ଯୋଗଦେବେ । ଗତକାଲି ଛତିଶାନିଯୋଗ ବୈଠକରେ ରଥଯାତ୍ରା, ନୀଳାଦ୍ରିବିଜେ, ନୀତିକାନ୍ତି ଓ ବ୍ୟବସ୍ଥାବଳୀକୁ ଶୃଙ୍ଖଳିତ ଭାବେ ପାଳନ କରିବାକୁ ନିଷ୍ପତି ହୋଇଥିଲ। ।

ଏଥିରେ ନବଯୌବନ ଦର୍ଶନ ଓ ରଥଯାତ୍ରା ପାଇଁ ନୀତି ନିଘଂଟ ଚୂଡାନ୍ତ ହୋଇଛି । ଶ୍ରୀମନ୍ଦିର ପରିଚାଳନା ବୈଠକରେ ଆଜି ଏହା ଉପରେ ମୋହର ବାଜିବ । ଗତକାଲି ଛତିଶା ନିଯୋଗ ବୈଠକରେ ଏସପି ସାର୍ଥକ ଷଡଙ୍ଗୀଙ୍କୁ ଘେରାଉ କରିଛନ୍ତି ସେବାୟତମାନେ । ରଥଯାତ୍ରାରେ ଶ୍ରୀଜୀଉଙ୍କୁ ଦର୍ଶନ ଓ ସ୍ପର୍ଶ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ଅଧିକୃତ ସେବାୟତଙ୍କୁ ସ୍ପର୍ଶ ଅନୁମତି ରହିଥିବା ସ୍ପଷ୍ଟ କରିଥିଲା ।

ହେଲେ ଏହି ଅନଧିକୃତ ବ୍ୟକ୍ତି ଠାକୁରଙ୍କୁ ଛୁଇଁବା ଉପରେ କଟକଣା ଜାରି କରିଥିଲା । ଏହାକୁ ନେଇ ସେବାୟତଙ୍କ ଭିତରେ ଅସନ୍ତୋଷ ରହିଛି । ବିଶେଷ କରି ପହଣ୍ଡି ସମୟରେ ପରିବାର ସଦସ୍ୟ ଶ୍ରୀଜୀଉଙ୍କୁ ଛୁଇଁବା ଦାବିରେ ଅଡି ବସିଥିବା ସେବାୟତ ଏସପିଙ୍କ ଉପରେ ରାଗ ସାରିଛନ୍ତି । ଅଧିକୃତ ଓ ଅନଧିକୃତ ପ୍ରସଙ୍ଗ ଉଠାଇ ଏସପି ପୁରୀ ବିବାଦ ସୃଷ୍ଟି କରିଥିବା ସେମାନେ ଅଭିଯୋଗ କରିଛନ୍ତି ।