ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର : କଳାହାଣ୍ଡି ହାତୀନଦୀ ବ୍ରିଜ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୪ମୃତ

18

କନକ ବ୍ୟୁରୋ : କଳାହାଣ୍ଡି ହାତୀ ନଦୀ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୪ଜଣଙ୍କର ମୃତ୍ୟୁହୋଇଛି । ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାରଟି ଭାରସାମ୍ୟ ହରାଇ ଗୋଟିଏ ଗଛରେ ପିଟିଦେଇଥିଲା । ଭୋର ସମୟରେ ଘଟିଥିଲା ଏପରି ମର୍ମନ୍ତୁଦ ଦୁର୍ଘଟଣା । ମୃତକମାନେ ଜୁନାଗଡ ଲକ୍ଷ୍ମୀସାଗରପଡା ଅଂଚଳର ବୋଲି ଜଣାପଡିଛି । କାରଟି ଧର୍ମଗଡ ଅଭିମୁଖେ ଯାଉଥିଲା ।