କଳାହାଣ୍ଡିରେ ବଡ ବିପର୍ଯ୍ୟୟ ପରେ ବିଜେଡିର ଅଭିଯୋଗ : ପଂଚାୟତରେ କଳା ଟଙ୍କା ଲଗାଇ ନିର୍ବାଚନ ଜିତିଛି ବିଜେପି

37

କନକ ବ୍ୟୁରୋ : ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଫଳାଫଳ ଆସିବା ପରେ ବିଜେଡି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି । ଏପରିକି ପଂଚାୟତ ନିର୍ବାଚନରେ ବିଜେପି କଳାଟଙ୍କା ଲଗାଇଛି ବୋଲି ବିଜେଡି ଅଭିଯୋଗ ଆଣିଛି । କଳାହାଣ୍ଡିରେ ପ୍ରଥମ ପର୍ଯ୍ୟାୟର ୯ଟି ଯାକ ଜୋନରେ ବିଜେପିର ଜିଲ୍ଲାପରିଷଦ ପ୍ରାର୍ଥୀ ବିଜୟୀ ହେବା ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ମୁଖପାତ୍ର ତଥା ସ୍ଥାନୀୟ ନେତା ଦିବ୍ୟଶଙ୍କର ମିଶ୍ର ଏହି ଅଭିଯୋଗ ଆଣିଛନ୍ତି ।