ସୈନିକମାନଙ୍କୁ ଶସ୍ତା କଲ୍‌ ଦର ! ଦୂରସଂଚାର ମନ୍ତ୍ରଣାଳୟର ଦୀପାବଳି ଭେଟି

18

ନିଜ ପ୍ରିୟଜନଙ୍କଠାରୁ ବହୁ ଦୂରରେ ରହି ଦେଶର ପ୍ରହରି ଭାବେ କାମ କରୁଥିବା ସୈନିକମାନଙ୍କୁ ଦୂରସଂଚାର ମନ୍ତ୍ରଣାଳୟ ଦୀପାବଳି ଭେଟି ପ୍ରଦାନ କରିଛି । ସୈନିକମାନେ ଏବେ ଡିଜିଟାଲ୍‌ ସାଟେଲାଇଟ୍‌ ଫୋନ୍‌ ଟର୍ମିନାଲ୍‌ ଜରିଆରେ ନିଜର ପ୍ରିୟଜନମାନଙ୍କ ସହିତ ସୁଲଭ ଦରରେ କଥାବାର୍ତା ହୋଇପାରିବେ । ସେମାନେ ମିନିଟ୍‌ ପିଛା ୧ ଟଙ୍କା ବ୍ୟୟରେ କଥାବାର୍ତା କରିପାରିବେ । ପୂର୍ବରୁ ସାଟେଲାଇଟ୍‌ ଫୋନ୍‌ ସେବା ବ୍ୟବହାର କରିବା ପାଇଁ ସୈନିକମାନଙ୍କୁ ମାସିକ ୫୦୦ ଟଙ୍କାର ଶୁଳ୍କ ଦେବାକୁ ପଡ଼ୁଥିଲା । ଏହା ବ୍ୟତୀତ ମିନିଟ୍‌ ପିଛା ୫ ଟଙ୍କା ଦରରେ କଲ୍‌ କରିବାକୁ ପଡୁଥିଲା । ଏବେ ସେମାନେ ମିନିଟ୍‌ ପିଛା ଏକ ଟଙ୍କାରେ ପ୍ରିୟଜନଙ୍କ ସହିତ କଥାବାର୍ତା ହୋଇପାରିବେ ।