ଅନେକ ଲୋକ ମାଛକୁ ଖୁବ୍ ପସନ୍ଦ କରନ୍ତି । ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଭଲ ବୋଲି ଜାଣିଥା’ନ୍ତି ମଧ୍ୟ । ହେଲେ ଏହା ଖାଇବା ଦ୍ୱାରା ଶରୀରର କେଉଁ କେଉଁ ଅଙ୍ଗ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ, ଏହା ଖୁବ୍ କମ୍ ଲୋକ ଜାଣିଥା’ନ୍ତି ।
ଯେତେବେଳେ ବି ମାଛ ଖାଇବା କଥା ଆଲୋଚନା ହୁଏ ଲୋକେ କହିଥାନ୍ତି ଏହା ଖାଇବା ଦ୍ୱାରା କେଶ ଲମ୍ବା ,କଳା ଓ ମୋଟା ହୋଇଥାଏ । ଏହାସହ ଆଖିରେ ବି ସୁନ୍ଦରତା ଆସିଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଖାଲି କେଶ ପାଇଁ ମାଛ ଖାଇବା ଫଳପ୍ରଦ ତାନୁହେଁ , ଏହା ଦ୍ୱାରା ଆହୁରି ଅନେକ ହେଲଥ ବେନିଫିଟ୍ ମିଳିଥାଏ । ମାଛରେ ଅଳ୍ପ ଚର୍ବି ଅଂଶ ଥାଏ ଏବଂ ଅଧିକ ମାତ୍ରାରେ ପ୍ରୋଟିନ୍ ଓ ଓମେଗା-୩ ଫ୍ୟାଟି ଏସିଡ୍ ଥିବା ଯୋଗୁଁ ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ । ମାଛରେ ବିଭିନ୍ନ ପ୍ରକାରର ଭିଟାମିନ୍ ,ଖଣିଜ ଓ ଅନେକ ପୋଷକ ତତ୍ତ୍ୱ ଥାଏ । ଏଥିଯୋଗୁଁ ମାଛ ଖାଇବା ନିହାତି ଜରୁରୀ ।
ମାଛ ଖାଇଲେ ଆଉ କ’ଣ ଲାଭ ମଳିଥାଏ ?
୧ – କର୍କଟ ରୋଗରୁ ମୁକ୍ତି ପାଇଁ ସହାୟକ ହୋଇଥାଏ ।
୨- ତୀକ୍ଷଣ ବୃଦ୍ଧି ପାଇଁ ଏହା ଖୁବ୍ ଉପଯୋଗୀ ।
୩- ହୃଦରୋଗୀଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ।
୪- ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରେ ।
୫– ତ୍ୱଚା ଓ କେଶ ପାଇଁ ଲାଭକାରୀ ।