ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ : ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

25

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ୧୪ଟି ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟର ମୋହର । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କଳିଙ୍ଗ ଶିକ୍ଷାସାଥୀ ଯୋଜନାକୁ ଅନୁମୋଦନ ମିଳିଛି । ଏହା ଦ୍ୱାରା ଉଚ୍ଚଶିକ୍ଷା ପାଇଁ ୧ ପ୍ରତିଶତ ସୁଧ ହାରରେ ଋଣ ମିଳିବ। ୨ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ଅଭିଭାବକଙ୍କୁ ଶିକ୍ଷା ଋଣ ମିଳିପାରିବ । ଭିନ୍ନକ୍ଷମଙ୍କ ପାଇଁ ୩ ପ୍ରତିଶତ ସଂରକ୍ଷଣ ରହିବ । ଓଏମସି ଜରିଆରେ ଖଣିଜ ଦ୍ରବ୍ୟ ମିଳିବା ନେଇ ଥିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବିଦ୍ୟୁତ ଶୁଳ୍କ ଆଇନ ୧୯୬୧ ସଂଶୋଧନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଂଜୁରୀ ମିଳିଛି । ଓଡିଶା ଭାଷା ଆଇନ ୧୯୫୪ରେ ସଂଶୋଧନ ପ୍ରସ୍ତାବକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ । ସେହିପରି ପୁଞ୍ଜି ପ୍ରତ୍ୟାହାର ନେଇ କ୍ୟାବିନେଟ କମିଟିର ପୁର୍ନଗଠନ ପ୍ରସ୍ତାବରେ ମୋହର ଲଗାଇଛି ରାଜ୍ୟ କ୍ୟାବିନେଟ୍ । ଖାଦ୍ୟ ସୁରକ୍ଷା ଆଇନ ଆଧାରରେ ରାଜ୍ୟ ସରକାର ଦୁଇଟି ଧାରାରେ ଆଣିଥିବା ସଂଶୋଧନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁର କରିଛି ।