ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରରେ ତେଜିଲା ଅଙ୍ଗନୱାଡି କର୍ମୀଙ୍କ ଆନ୍ଦୋଳନ

20

ରାୟଗଡା : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରରେ ତେଜିଲା ଅଙ୍ଗନୱାଡି କର୍ମୀଙ୍କ ଆନ୍ଦୋଳନ। ଜଣେ ଅଙ୍ଗନୱାଡି କର୍ମୀ ଦୁଇ ଝିଅଙ୍କ ସହ ଆତ୍ମହତ୍ୟା କରିବା ପରେ ଜଙ୍ଗଲ ନିଆଁ ପରି ବ୍ୟାପିଛି ଅସନ୍ତୋଷ । କଲ୍ୟାଣସିଂପୁର ବ୍ଲକର ସମସ୍ତ ଅଙ୍ଗନୱାଡି କର୍ମୀ ଆଜି ବ୍ଲକ ଅଫିସ ଆଗରେ ଆନ୍ଦୋଳନ କରିବା ସହ ଅଭିଯୁକ୍ତଙ୍କ ଗିରଫ ଦାବି କରିଛନ୍ତି । ମାନସିକ ଚାପରୁ ବେଲକୋଣା ଅଙ୍ଗନୱାଡି କର୍ମୀ ଆତ୍ମହତ୍ୟା କରିଥିବା ଏମାନେ ଏଭିଯୋଗ କରିଛନ୍ତି ।ଏଥିପାଇଁ ଉପଜିଲ୍ଲାପାଳଙ୍କ ସହ ସ୍ଥାନୀୟ ପୂର୍ବତନ ୱାର୍ଡ ମେମ୍ବର ଓ ଅଙ୍ଗନୱାଡି ହେଲପର ଦାୟୀ ବୋଲି ଏମାନେ ଅଭିଯୋଗ କରିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଲାଗି ମଧ୍ୟ ଦାବି କରି ପ୍ରଶାସନ ବିରୋଧରେ ନାରାବାଜି କରିଛନ୍ତି ଆନ୍ଦୋଳନକାରୀ ଅଙ୍ଗନୱାଡି କର୍ମୀ ।