କାର ଓ ବାଇକ କିଣିବା ହେଲା ମହଙ୍ଗା : ୨୪ ହଜାର ପର୍ଯ୍ୟନ୍ତ ବଢ଼ିବ ବୋଝ

43

ସେପ୍ଟେମ୍ବର ମାସରେ ପହିଲାରୁ କାର ଓ ବାଇକ୍ କିଣିବା ମହଙ୍ଗା ହେବ । ସୁପ୍ରିକକୋର୍ଟର ଏକ ଆଦେଶ ପରେ ଏପରି ନିଷ୍ପତ୍ତି ନିଆଯାଇଛି । ସୁପ୍ରିମକୋର୍ଟ ସମସ୍ତ ଇନସ୍ୟୁରାନ୍ସ କମ୍ପାନୀକୁ ଆଦେଶ ଦେଇଛନ୍ତି ଗାଡ଼ି କିଣିବାର ଲମ୍ବା ଅବଧି ପାଇଁ ଥାର୍ଡ଼ ପାର୍ଟ ଇନସ୍ୟୁରାନ୍ସ ଦେବା ଆବଶ୍ୟକ । ଏକ ସେପ୍ଟେମ୍ବରରୁ ଓ ଏହାପରେ ଯେକୌଣସି କାର ଓ ବାଇକ୍ କିଣିେଏ ଏହି ନିୟମ ତାଙ୍କ ପାଇଁ ଅନିବାର୍ଯ୍ୟ ହେବ ।

କୋର୍ଟଙ୍କ ଆଦେଶ ପରେ ବୀମା କମ୍ପାନୀ ଏବେ କାର ପାଇଁ କେବଳ ୩ ବର୍ଷ ଓ ଦୁଇ ଚକିଆ ଯାନ ପାଇଁ ୫ ବର୍ଷର ଇନସ୍ୟୁରାନ୍ସ ଯୋଗାଇବେ । ତେବେ ଏହାପରେ ଆପଣଙ୍କୁ କାର ଓ ଦୁଇ ଚକିଆ କିଣିବା ମହଙ୍ଗା ହୋଇଯିବ । ଏକ ସେପ୍ଟେମର ଠାରୁୁ ନୂଆ କାର କିଣିବା ପାଇଁ ୨୪,୦୦୦ ଟଙ୍କା ଓ ନୂଆ ମୋଟର ସାଇକେଲ କିଣିବା ପାଇଁ ୧୩୦୦୦ ଟଙ୍କା ପର୍ଯ୍ୟନ୍ତ ଥାର୍ଡ଼ ପାର୍ଟି ଇନସ୍ୟୁରାନ୍ସ କାରଣରୁ ଅଧିକ ଟଙ୍କା ଦିଆଯିବ ।

ଏଥିପାଇଁ ଆଇଆରଡ଼ିଏଆଇ ସମସ୍ତ ବୀମା କମ୍ପାନୀଗୁଡ଼ିକ ପାଇଁ ସର୍କୁଲାର ଜାରି କରାଯାଇଛି । ଏଥିରେ କୋର୍ଟଙ୍କ ଆଦେଶ ଅନୁସାରେ ଥାର୍ଡ଼ ପାର୍ଟି ଇନସ୍ୟୁରାନ୍ସ କଭର କରିବା ନିମୟରେ ପରିବର୍ତ୍ତନ କରିବା ପାଇଁ କୁହାଯାଇଛି । ଏହା ବ୍ୟତୀତ ୧ ସେପ୍ଟେମ୍ବରୁ ଇନସ୍ୟୁରାନ୍ସ କମ୍ପାନୀ ଆପଣଙ୍କୁ ଲଙ୍ଗ ଟର୍ମ ପ୍ୟାକେଜ୍ ଉପଲବ୍ଧ କରାଇବ । ଏଥିରେ ଥାର୍ଡ଼ ପାର୍ଟି ଇନ୍ୟୁରାନ୍ସ ଓ ଅନ୍ୟ ଇନସ୍ୟୁରାନ୍ସ ସାମିଲ ହୋଇପାରିବେ । ଏହା ବ୍ୟତୀତ ୩ ବର୍ଷ ଓ ୫ ବର୍ଷରେ ଥାର୍ଡ଼ ପାର୍ଟି ଇନସ୍ୟୁରାନ୍ସ ସହ ଏକ ବର୍ଷ ପର୍ଯ୍ୟନ୍ତ ଡ୍ୟାମେଜ ଇନସ୍ୟୁରାନ୍ସ ମଧ୍ୟ ଦିଆଯିବ ।