ଆଜିଠାରୁ ପାର୍ଲାମେଂଟର ବଜେଟ୍ ଅଧିବେଶନ ! ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ,ଆସିପାରେ ଅର୍ଥନୈତିକ ସର୍ଭେ ରିପୋର୍ଟ

59

କନକ ବ୍ୟୁରୋ : ଆଜି ଠାରୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ । ଫେବୃୟାରୀ ୧୩ ଯାଏଁ ସଂସଦର ଏହି ଅଧିବେଶନ ଚାଲିବ । ଦିନ ୧୧ଟାରେ ସଂସଦର ଉଭୟ ଗୃହକୁ କେନ୍ଦ୍ରୀୟ କକ୍ଷରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧିତ କରିବେ । ଏହା ପରେ ଅର୍ଥନୈତକି ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ । ଆସନ୍ତକାଲି କେନ୍ଦ୍ର ସରକାର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ ।

ବଜେଟ ଅଧିବେଶନରେ ବିଜେଡି ପକ୍ଷରୁ ରାଜ୍ୟ ସ୍ୱାର୍ଥ ସଂପର୍କିତ ପ୍ରସଙ୍ଗଗୁଡିକୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ଉଠାଇବାକୁ ନିଷ୍ପତି ନିଆଯାଇଛି । ବିଜେଡି ପକ୍ଷରୁ ପୋଲାଭରମ, ମହାନଦୀ ଜଳ ବିବାଦ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି,କୋଇଲା ରୟାଲିଟି ବୃଦ୍ଧି ଓ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରସଙ୍ଗ ଉପସ୍ଥାପନ କରାଯିବ । କଂଗ୍ରେସ ଅଧିବେଶନରେ ରାଫେଲ ପ୍ରସଙ୍ଗ ଉଠାଇବ ବୋଲି କହିଛି । ତେବେ ଅଧିବେଶନ ପୂର୍ବରୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଏକ ସର୍ବଦଳୀୟ ବୈଠକ ଡକାଇଥିଲେ ।