ଆଜି ପାଳିତ ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା : ଏହି ଅବସରରେ ଭାଇମାନେ ନିଜ ଭଉଣୀଙ୍କୁ ଦିଅନ୍ତୁ ଏହି ୫ଟି ବିଶେଷ ସଂକଳ୍ପ

58

ରାକ୍ଷୀ ପୂର୍ଣ୍ଣିମା ହେଉଛି ଭାଇ-ଭଉଣୀର ପର୍ବ । ସଂସାରର ସବୁଠାରୁ ସ୍ନେହପୂର୍ଣ୍ଣ ସଂପର୍କ ଯଦି କିଛି ଥାଏ ତାହା ହେଉଛି ଭାଇ-ଭଉଣୀର ସଂପର୍କ। ଏହି ସଂପର୍କର ବିଶେଷ କଥା ହେଉଛି ଏଥିରେ ସବୁ କିଛି ଲୁଚି ରହିଥାଏ। ରାଗ, ରୁଷା, କଳି, ଝଗଡ଼ା, ସ୍ନେହ, ଶ୍ରଦ୍ଧା ଓ ଦାୟିତ୍ୱବୋଧ। ଗୋଟାଏ ସଂପର୍କରେ ଏତେଗୁଡ଼ିଏ କଥା ଲୁଚି ରହେ ଯେଣୁ, ସେ ସଂପର୍କଟି ସେତିକି ମଧୁମୟ। ତେବେ ଆପଣ ଏକଥା ତ ନିଶ୍ଚୟ ଜାଣିଥିବେ ଯେ ସଂପର୍କର ଅନ୍ୟନାମ ପରସ୍ପରକୁ ବୁଝିବା। ଏହି ରାକ୍ଷୀରେ ସବୁ ଭାଇମାନେ ନିଜ ଭଉଣୀଙ୍କୁ ଏମିତି ସବୁ ଶପଥ ଦିଅନ୍ତୁ। ଯାହାଫଳରେ ଆପଣ ଭଉଣୀ କୌଣସି ବି ପରିସ୍ଥିତିରେ ନିଜକୁ ସୁରକ୍ଷିତ ମଣିବେ।

• ନିଜ ଭଉଣୀଙ୍କୁ ଶପଥ ଦିଅନ୍ତୁ ଯେ ସେ କରିବାକୁ ଯାଉଥିବା କୌଣସି ବି ଉତ୍ତମ କାର୍ଯ୍ୟରେ ତାଙ୍କୁ ବାଧା ଦେବେ ନାହିଁ। କାମ ଯେତେ ବି କଠିନ ହେଉ, ଆପଣଙ୍କ ପ୍ରୋତ୍ସାହନ ତାଙ୍କୁ ପାହାଡ଼ ଚଢ଼ିବା ପାଇଁ ବି ବଳ ଯୋଗାଇବ।

• ଦୁନିଆ ବୁଝୁ କି ନବୁଝୁ ଆପଣ ନିଜ ଭଉଣୀର ଭାବନକୁ ସବୁବେଳେ ବୁଝିବେ ଓ ତାଙ୍କୁ ପ୍ରେରିତ କରିବେ ବୋଲି ଶପଥଟିଏ ନିଶ୍ଚୟ ଦିଅନ୍ତୁ।

• ଆପଣଙ୍କ ଭଉଣୀ ଜୀବନରେ ଆସୁଥିବା କୌଣସି ବି ପ୍ରକାରର ସମସ୍ୟାକୁ ଆପଣ ଅଧା ବାଣ୍ଟି ନେବେ ବୋଲି ଭଉଣୀ ସାମ୍ନାରେ ଶପଥ ଦିଅନ୍ତୁ।

• ପୁରୁଷ କୈନ୍ଦ୍ରିକ ସମାଜରେ ନାରୀଟିଏ ପରି ନୁହେଁ, ମୁକ୍ତ ଆକଶ ପକ୍ଷୀଟିଏ ପରି ଆପଣ ତାଙ୍କୁ ସମର୍ଥନ କରିବେ ବୋଲି ଶପଥ ଦିଅନ୍ତୁ। ଦେଖିବେ ତାଙ୍କ ଭିତରର ଆତ୍ମବିଶ୍ୱାସ କିପରି ବୃଦ୍ଧି ପାଇବ।

• ପ୍ରତ୍ୟେକ ଭଲ ମନ୍ଦ ପରିସ୍ଥିତିରେ ଆପଣ ତାଙ୍କ ସାଥିରେ ରହିବେ। ତାଙ୍କୁ ସମର୍ଥନ କରିବେ। ତାଙ୍କୁ ସୁରକ୍ଷା ଦେବେ ବୋଲି ଶପଥ ଦିଅନ୍ତୁ।