ବ୍ରାହ୍ମଣୀ ସେତୁ ପ୍ରସଙ୍ଗ : ଗଡ଼କରୀଙ୍କୁ ନବୀନଙ୍କ କଡ଼ା ଜବାବ ! ଆବଶ୍ୟକତା ନାହିଁ ଜଙ୍ଗଲ ଅନୁମତି , ଆସନ୍ତାକାଲିଠୁ ଆରମ୍ଭ କରାଯାଇପାରିବ କାମ

23

କନକ ବ୍ୟୁରୋ : ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ବ୍ରିଜ ନିର୍ମାଣ ପ୍ରସଙ୍ଗରେ ମୁହାଁମୁହିଁ ବିଜେଡି ଓ ବିଜେପି । କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଚିଠିର କଡା ଜବାବ ରଖିଛନ୍ତି ରାଜ୍ୟ ସରକାର । କେନ୍ଦ୍ରମନ୍ତ୍ରୀଙ୍କ ଚିଠିର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ପୋଲ ନିର୍ମାଣ ପାଇଁ ଜଙ୍ଗଲ ଅନୁମତିର ଆବଶ୍ୟକତା ନାହିଁ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଗଡକରୀଙ୍କୁ ଚିଠିର ଜବାବ ଦେଇ କହିଛନ୍ତି – ଆପଣ ଉଠାଇଥିବା ଜଙ୍ଗଲ ଅନୁମତିର କଥା ବ୍ରିଜ୍ ସଂକ୍ରାନ୍ତିୟ ନୁହେଁ । ଆସନ୍ତାକାଲିଠୁ କାମ ଆରମ୍ଭ କରିବାରେ କୌଣସି ଅସୁବିଧା ନାହିଁ । ଏନଏଚଏଆଇ କାମ ଆରମ୍ଭ କଲେ ରାଜ୍ୟ ସହ ଯୋଗ କରିବ । ବ୍ରିଜ ନିର୍ମାଣ ପାଇଁ ଜଙ୍ଗଲ ଅନୁମତିର ଆବଶ୍ୟକତା ନାହିଁ । ରାଜ୍ୟ ଜଙ୍ଗଲ ଅଧିକାରୀ ଏନେଇ ପୂର୍ବରୁ ସ୍ପଷ୍ଟ କରିଛି । ପ୍ରସ୍ତାବିକ ବ୍ରିଜ୍ ଅଂଚଳ ଅଣଜଙ୍ଗଲ କିସମର । ଏନଏଚଏଆଇ କହିଛି ପ୍ରକଳ୍ପ ଅଣଜଙ୍ଗଲ ଜମିରେ ରହିଛି ।

ଏହା ପୂର୍ବରୁ ନବୀନଙ୍କ ପୂର୍ବ ଚିଠିର ଜବାବରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ଲେଖିଥିଲେ, ଜଙ୍ଗଲ ଅନୁମତି ମିଳୁନଥିବାରୁ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ପୋଲ ନିର୍ମାଣରେ ବିଳମ୍ବ ହେଉଛି । ଲେଖିଛନ୍ତି-ଜମି ସମସ୍ୟା ଏବଂ ଜଙ୍ଗଲ ଅନୁମତି ନମିଳିବାରୁ ଆଗେଇ ପାରୁନି ସେତୁ ନିର୍ମାଣ । ଅନୁମିତି ମିିଳିଲେ ୭ ଦିନ ଭିତରେ ଆରମ୍ଭ ହୋଇଯିବ କାମ ।

ଆଉ ଏହାରି ଭିତରେ ଆସିଛି ରାଉରକେଲା ବନଖଣ୍ଡ ଅଧିକାରୀ ଏହି ଚିଠି । ଯେଉଁଥିରେ ସେ ଲେଖିଛନ୍ତି-ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ଜଙ୍ଗଲ ଅନୁମତିର ଦରକାର ନାହିଁ । କାହିଁକି ନା’ ଅଫିସିଆଲ ରେକର୍ଡ ଅନୁସାରେ ଏହା ଜଙ୍ଗଲ ଜମି ଅଧିନରେ ଆସୁନାହିଁ । କିନ୍ତୁ ବଡ଼ କଥା ହେଉଛି-ଏହି ରାଉରକେଲା ଡିଏଫଓ, ଗତ ମେ ମାସରେ ଜାତୀୟ ରାଜପଥ ପ୍ରାଧିକରଣ ବା ଏନଏଚଏଆଇକୁ ଚିଠି ଲେଖି, ପ୍ରକଳ୍ପର ସଂପ୍ରସାରଣ ପରେ ଜଙ୍ଗଲ ଜମିର କିସମ ପରିବର୍ତନ ପାଇଁ ଆବଶ୍ୟକତାର ରହିଥିବା ଜଣାଇଥିଲେ । ଏହାକୁ ଆଧାର କରି ବିଜେପି କହୁଛି-ଏବେ ମିଛ କହୁଛି ବିଜେଡି ।