ପ୍ରେମର ଦାମ୍ ୬ ଲକ୍ଷ : ଭଲପାଇବାକୁ ଭୁଲି ଯିବା ପାଇଁ ପ୍ରେମିକାକୁ ଟଙ୍କା ଯାଚିଲା ଧୋକାବାଜ୍ ପ୍ରେମିକ, ଥାନାରେ ପହଂଚିଲା ମାମଲା

41

କନକ ବ୍ୟୁରୋ : ବିଶ୍ୱାସ, ଭଲପାଇବା ଓ  ପ୍ରେମର ଦାମ୍ ୬ ଲକ୍ଷ । ଏକାଠି ରହିବାର ପ୍ରତିଶ୍ରୁକୁ ଭୁଲିଯାଇ ଜୀବନରୁ  ଦୂରେଇ ଯିବା ପାଇଁ ପ୍ରେମିକାକୁ ପାଉଣା ଯାଚିଲା ବିଶ୍ୱାସଘାତ ପ୍ରେମିକ । ଭଲପାଇବାକୁ ଭୁଲି ଯିବା ପାଇଁ ପ୍ରେମିକାକୁ ଟଙ୍କା ଯାଚିଲା ଧୋକାବାଜ୍ ପ୍ରେମିକ । ଏଭଳି ଘଟଣା ଘଟିଛି ଜଗତସିଂହପୁରର କୁଜଗଂ ବ୍ଲକରେ । ଏହି ଅଂଚଳର ସୁବୋଧ ତରାଇ ନିଜ ଗାଁର ଜଣେ ଯୁବତୀଙ୍କୁ ପ୍ରେମ କରିଥିଲେ । ଏମିତିକି ସାରା ଜୀବନ  ଏକାଠି ରହିବା ପାଇଁ ପ୍ରତିଶ୍ରୁତି ଦେଇ ପରିବାର ଲୋକଙ୍କ ଅଜାଣତରେ ଉଭୟ କୋର୍ଟ ମ୍ୟାରେଜ କରିଥିଲେ ।
ପରେ ଝିଅ ଘର ଲୋକ ଏହି କଥା ଜାଣିବା ସୁବୋଧଙ୍କ ଘରକୁ ବିବାହ ପ୍ରସ୍ତାବ ନେଇ ଯାଇଥିଲେ । ହେଲେ ସେଠାରେ ସୁବୋଧଙ୍କ ଘର ଲୋକ କୋର୍ଟ ମ୍ୟାରେଜକୁ ଅସ୍ୱୀକାର କରିବା ସହ ସୁବୋଧଙ୍କୁ ଭୁଲି ଯିବାକୁ ୬ ଲକ୍ଷ ଟଙ୍କା ଯାଚି ଥିବା ଅଭିଯୋଗ ହୋଇଛି । ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ କୁଜଙ୍ଗ ଥାନାରେ ଏତଲା ଦିଆଯାଇଛି । ସଂପୃକ୍ତ ଯୁବକ ଫେରାର  ଥିବା ବେଳେ ପୁଲିସ ତନାଘନା ଜାରି ରଖିଛି ।