ରାଜଧାନୀରେ ନ୍ୟାୟ ପାଇଁ ଗର୍ଜିବେ ହଜାର ହଜାର ଚାଷୀ:ବିଭିନ୍ନ ଜିଲ୍ଲାରେ ଚାଷୀ ନେତାଙ୍କୁ ଅଟକ ରଖୁଛି ପୁଲିସ

15

କନକ ବ୍ୟୁରୋ : ରାଜଧାନୀରେ ହକ ପାଇଁ ଗର୍ଜିବେ ହଜାର ହଜାର ଚାଷୀ । ବିଭିନ୍ନ ଜିଲ୍ଲାରୁ ଭୁବନେଶ୍ୱର ଆସୁଥିବା ଚାଷୀଙ୍କୁ ଅଟକ ରଖୁଛୁ ପୁଲିସ । ବଲାଙ୍ଗିରରେ ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଂଯୋଜକଙ୍କୁ ଅଟକ ରଖିଛି ପୁଲିସ । ଜିଲ୍ଲା ସଂଯୋଜକ ହିମାଂଶୁ ଶେଖର ସାହୁ ଆଜି ଭୁବନେଶ୍ୱର ଆସିବା ବାଟରେ ତାଙ୍କୁ ଅଟକ ରଖାଯାଇଛି । କବଳ ଏତିକି ନୁହେଁ, ଭୁବନେଶ୍ୱର ଆସୁଥିବା ବସ୍ ଗୁଡିକୁ ମଧ୍ୟ ଯାଂଚ କରୁଛି ପୁଲିସ । କଟକ ଭୁବନେଶ୍ୱର ରୁଟରେ ଆସୁଥିବା ବସକୁ ଯାଂଚ କରୁଛି ପୁଲିସ । କେଉଁ ଭୟ ଘାରିଛି, କାହିଁକି ବସ୍ ଅଟକଉଛି ପୁଲିସ ।

ଦେଖନ୍ତୁ ଏହି ଭିଡିଓ –